Monday, July 13, 2026
28.1 C
Odisha

    ଘର ଭିତରେ ଥିବା ପାଣି ଟାଙ୍କିରେ ୧୧ ସାପ ! ପରିବାର ଲୋକ ବ୍ୟବହାର କରୁଥିଲେ ପାଣି

    ଆଗକୁ ପଢନ୍ତୁ

    କୋଟା : ରାଜସ୍ଥାନ କୋଟାରେ ଅମ୍ବାଲି ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଗୋଟିଏ ଘରର ପାଣିଟାଙ୍କି ଭିତରୁ ଏକସାଙ୍ଗରେ ୧୧ଟି ସାପ ବାହାରିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ଘର ଭିତରେ ଥିବା ୮ ଫୁଟ ଗଭୀର ଟାଙ୍କିକୁ ସଫା କରିବା ବେଳେ ସାପ ଧରାପଡିଥିଲେ । ସୂଚନା ମିଳିବା ପରେ ଘଟଣା ସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚି ସାପକୁ ଧରିଥିଲା ।

    ଖବର ମୁତାବକ, କୋଟାର ଅମ୍ବାଲି ଅଞ୍ଚଳରେ ସୋମବାର ସକାଳ ସମୟରେ ଘର ଭିତରେ ଥିବା ଏକ ୮ ଫୁଟ ଗଭୀର ପାଣି ଟାଙ୍କିକୁ ସଫା କରିବା ବେଳେ ଏଥିରେ କିଛି ହଲଚଲ ଦେଖିବାକୁ ପାଇଥିଲେ ଘର ଲୋକ । ଆଉ ଟର୍ଚ୍ଚ ଆଣି ପାଣିକୁ ଦେଖିବା ବେଳେ କିଛି ହଲଚଲ୍ ଦେଖିବାକୁ ପାଇଥିଲେ । ଘର ଲୋକ ଏତେ ସାପ ଦେଖି ଭୟଭୀତ ହୋଇଯାଇଥିଲେ । ତୁରନ୍ତ ପରିବାର ଲୋକ ନଗର ନିଗମର ରେସକ୍ୟୁ ଟିମ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ ।

    ରେସକ୍ୟୁ ଟିମର ଜଣେ ଅଧିକାରୀଙ୍କ କହିବା ମୁତାବକ, ଘରେ ଥିବା ଟାଙ୍କି ଅନେକ ଦିନରୁ ସଫା ହୋଇନଥିଲା । ତେଣୁ ସୋମବାର ସକାଳ ସମୟରେ ପରିବାର ଲୋକ ଟାଙ୍କି ଖାଲି କରି ସଫା କରୁଥିବା ବେଳେ ସାପ ଦେଖିଥିଲେ । ଏହାପରେ ସାପକୁ ବାହାର କରାଯାଇଥିଲା । ପ୍ରାୟ ୨୦ ମିନିଟର ପରିଶ୍ରମ କରିବା ପରେ ୧୧ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସବୁ ସାପଗୁଡିକ ୧ ଫୁଟ ଲମ୍ବାର ରହିଥିଲେ । ରେସକ୍ୟୁ ପରେ ସାପଗୁଡିକୁ ଚମ୍ବଲ ନଦୀ କୂଳରେ ଛାଡି ଦିଆଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    68 %
    1.5kmh
    100 %
    Mon
    32 °
    Tue
    29 °
    Wed
    29 °
    Thu
    30 °
    Fri
    35 °

    ସମ୍ବନ୍ଧିତ