Tuesday, March 31, 2026
25.7 C
Odisha

    ପୁଲିସ ଏସ୍‌ଆଇ ନିଯୁକ୍ତି ମାମଲା; ଦଲାଲଙ୍କ ତଥ୍ୟକୁ ନେଇ ସିବିଆଇର ତର୍ଜମା

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ପୁଲିସ ସବ୍‌ ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା ଦୁର୍ନୀତି ମାମଲାରେ ରିମାଣ୍ଡରେ ଆସି ଜେରାର ସମ୍ମୁଖୀନ ହୋଇଥିବା ୫ ଦଲାଲ ମୁନା ମହାନ୍ତି, ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀ ସାମଲ, ଶ୍ରୀକାନ୍ତ ମହାରଣା ଓ ନୀତିଶ କୁମାରଙ୍କ ଠାରୁ ନୂଆ ତଥ୍ୟ ମିଳିଛି। ଏହି ତଥ୍ୟକୁ ନେଇ ସିବିଆଇ ତର୍ଜମା କରୁଛି। ମୁନାର ଆର୍ଥିକ କାରବାର ଖୋଳତାଡ଼ ସହ ପୂରା ଷଡ଼ଯନ୍ତ୍ରର ଚିଠା ହାତେଇଛି ତଦନ୍ତକାରୀ ଦଳ। ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟି ଓ ପ୍ରଚ୍ଛଦପଟରେ ଥିବା କିଛି ଅଦୃଶ୍ୟ ଚେହେରାଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି।

    ଦଲାଲଙ୍କୁ ପଚରାଉଚରା ପରେ ଶଙ୍କର ବିରୋଧରେ ପ୍ରମାଣ ମିଳିଥିବାରୁ ତାକୁ ରିମାଣ୍ଡ ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଗିରଫ ଦଲାଲମାନେ କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିବା ତଥ୍ୟ ଓ ଏବେ ସିବିଆଇକୁ ମିଳିଥିବା ଉତ୍ତରରେ ତାଳମେଳ ନଥିବା ଜଣାପଡ଼ିଛି। ତଦନ୍ତକୁ ବାଟବଣା କରିବାକୁ ମୁନା ସବୁ ପ୍ରକାର ଉଦ୍ୟମ ଚଳାଇଛି। ଅନୁରୂପ ଭାବେ ନୀତିଶକୁ ଗିରଫ କରି ଆନ୍ତଃରାଜ୍ୟ ଲିଙ୍କ୍‌ର ଗୁମର ଖୋଲିଥିଲା ସିବିଆଇ। ନୀତିଶର ଦୁଇ ସହଯୋଗୀ ଦିଲ୍ଲୀରେ ଲୁଚିଥିବା ଜଣାପଡ଼ିଛି। ସମ୍ପୃକ୍ତ ଦୁଇ ବ୍ୟକ୍ତିଙ୍କୁ ସିବିଆଇରେ ହାଜର ଲାଗି ସମନ ହୋଇଛି। ଏହି ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କ ସହ ମୁନାର ସିଧାସଳଖ ସମ୍ପୃକ୍ତି ଥିଲା ଓ ଟଙ୍କା ଡିଲ୍‌ କରୁଥିଲା। ଶଙ୍କର ଓ ସୁରେଶ ନାୟକଙ୍କ ସଂସ୍ଥା ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବାରୁ ପଛରେ ରହି ଗୋଟି ଚାଳନା କରୁଥିଲା। ଆନ୍ତଃରାଜ୍ୟ ‌‌ଚେର ଝାଡ଼ଖଣ୍ଡ, ବିହାର, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ ଓ ଗୁଜରାଟକୁ ଲମ୍ବିଥିବାରୁ ସିବିଆଇ ଦଳ ତଦନ୍ତକୁ ଜୋରଦାର କରିଛି। ଏହି ମାମଲାରେ ଜବତ କରାଯାଇଥିବା ୧୩୩ଟି ମୋବାଇଲ ଫୋନ୍‌କୁ ନେଇ ସିବିଆଇ ନିଜସ୍ବ ଫୋରେନ୍ସିକ ବିଭାଗରୁ ଡିଲିଟ୍‌ ହୋଇଥିବା ଚାର୍ଟିଂକୁ ରିକଭରି କରି ପ୍ରମାଣ ଗୋଟାଇବାକୁ ଯୋଜନା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    48 %
    1.3kmh
    1 %
    Tue
    38 °
    Wed
    39 °
    Thu
    41 °
    Fri
    39 °
    Sat
    39 °

    ସମ୍ବନ୍ଧିତ