Wednesday, October 7, 2026
31.4 C
Odisha

    ପୁଲିସ ମହାନିର୍ଦ୍ଦେଶକଙ୍କ ମାଲକାନଗିରି ଗସ୍ତ, ମାଓ ଗତିବିଧି ସହ ନିର୍ବାଚନ ପ୍ରସ୍ତୁତିର କଲେ ସମୀକ୍ଷା

    ଆଗକୁ ପଢନ୍ତୁ

    ପୁଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ମାଓ ଗତିବିଧି ସହ ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୁଲିସ ମହାନିର୍ଦ୍ଦେଶକ ଷଡ଼ଙ୍ଗୀ ପ୍ରଥମେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳର ଗୋରାସେତୁ ବି.ଏସ.ଏଫ କ୍ୟାମ୍ପ ଗସ୍ତ କରି ମାଓବାଦୀଙ୍କ ଗତିବିଧି ଓ ଏହାର ମୁକାବିଲା ସହ ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ସଙ୍ଗେ ସଙ୍ଗେ କମ୍ବିଂ ଅପରେସନ ନେଇ ବି.ଏସ.ଏଫ ଓ ଏସ.ଓ.ଜି ଜବାନଙ୍କ ସହିତ ଆଲୋଚନା କରିଥିଲେ। ପରେ ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟଠାରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ଆରକ୍ଷୀ ଅଧିକ୍ଷକମାନଙ୍କ ସହ ମାଓବାଦୀ ସ୍ଥିତିର ସମୀକ୍ଷା ସହ ଆଗାମୀ ନିର୍ବାଚନ କିଭଳି ନିରପେକ୍ଷ, ମୁକ୍ତ ଓ ଅବାଧ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।

    ଆରକ୍ଷୀ ଅଧିକ୍ଷକମାନେ ମଧ୍ୟ ସେମାନଙ୍କର ପ୍ରସ୍ତୁତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଏଥିସହ କେତେ ଫୋର୍ସର ଆବଶ୍ୟକତା ରହିଛି ଓ କିଭଳି ଅପରେସନ କରାଯିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ପରିସ୍ଥିତିରେ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ନାହିଁ। ତେଣୁ ମାଲକାନଗିରି ଜିଲ୍ଲାରେ କୌଣସି ପ୍ରକାରର ମାଓ କାର୍ଯ୍ୟକଳାପ ଦେଖାଯାଇନାହିଁ ବୋଲି ପୁଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। କିନ୍ତୁ ମାଲକାନଗିରି ଜିଲ୍ଲା ପୋଡ଼ଶୀ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରେ ଆସନ୍ତା ଏପ୍ରିଲ ୧୯ ତାରିଖରେ ସାଧାରଣ ନିର୍ବାଚନ ଥିବା ବେଳେ ମାଲକାନଗିରି ଜିଲ୍ଲାରେ ମେ’ ୧୩ ତାରିଖରେ ଅଛ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ