Saturday, February 14, 2026
22.9 C
Odisha

    ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଲା ୭ ବର୍ଷ, ଘାଟିରେ ହାଇଆଲର୍ଟ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଲା ୭ ବର୍ଷ । ସହିଦ ୪୦ ଜଣ CRPF ଯବାନଙ୍କ ସ୍ମୃତିରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି । ବଳିଦାନ ଦିବସ ପାଳନ ହେବାକୁ ଥିବାବେଳେ ସମଗ୍ର ଘାଟିରେ ସୁରକ୍ଷା ବାହିନୀ ପକ୍ଷରୁ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି ।

    ସେପଟେ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆତଙ୍କବାଦୀ କାର୍ଯ୍ୟକଳାପର ଆଶଙ୍କାକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଛି । ଶ୍ରୀନଗରର ବ୍ୟବସାୟିକ କେନ୍ଦ୍ର ଲାଲ୍ ଚୌକ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ବିଭିନ୍ନ ହୋଟେଲ ଏବଂ ଯାତ୍ରୀମାନଙ୍କର କଡ଼ା ଯାଞ୍ଚ କରାଯାଉଛି ।

    ସେହିପରି କଠୁଆ ଏବଂ ପୁଞ୍ଚ ଭଳି ସୀମାନ୍ତ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବାହିନୀ ପକ୍ଷରୁ ମକ୍ ଡ୍ରିଲ୍ କରାଯିବା ସହ ଅନୁପ୍ରବେଶ ରୋକିବାକୁ ସତର୍କ ନଜର ରଖାଯାଇଛି । କୌଣସି ପ୍ରକାର ଗୁଜବ ଯେପରି ନ ବ୍ୟାପେ, ସେଥିପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ପୋଲିସ ଓ ଗୁପ୍ତଚର ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ।

    ସୂଚନାଯୋଗ୍ୟ, ଫେବୃଆରୀ ୧୪, ୨୦୧୯ ସମୟ ଅପରାହ୍ନ ୩ଟା ୩୦ରେ ଯବାନଙ୍କ ଯାତ୍ରା ଆରମ୍ଭ ହୋଇଥିଲା । CRPF ୧୮୦ ବାଟାଲିୟନର ୮୦୦ ଯବାନ ଶ୍ରୀନଗର କ୍ୟାମ୍ପକୁ ସ୍ଥାନନ୍ତର ହେଉଥିଲେ । ୧୧ ଘଣ୍ଟାର ଯାତ୍ରା ପରେ ଯବାନଙ୍କ ଗାଡି ଜମ୍ମୁ କଶ୍ମୀର ଟ୍ରାନ୍ଜିଟ କ୍ୟାମ୍ପରେ ପହଞ୍ଚିଥିଲା । ପୁଲୱାମା ମାଇଲଷ୍ଟୋନ ୨୭୨ ଅଞ୍ଚଳରେ ହଠାତ ଶେଷ ବସରେ ଏକ ଗାଡି ଧକ୍କା ହୋଇଥିଲା ଆଉ ବିସ୍ଫୋରଣ ଘଟିଥିଲା ।

    ୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ କାର୍ ଯୋଗେ ଏହି ବିସ୍ଫୋରଣ ଘଟାଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ୪୦ ଜଣ ଯବାନଙ୍କ ଜୀବନ ଚାଲିଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.9 ° C
    22.9 °
    22.9 °
    30 %
    2kmh
    95 %
    Sat
    25 °
    Sun
    33 °
    Mon
    34 °
    Tue
    34 °
    Wed
    35 °

    ସମ୍ବନ୍ଧିତ