Wednesday, April 1, 2026
35.5 C
Odisha

    ପୂଜା ପାଇଁ ରାଜଧାନୀରେ ପୁଲିସର ଫ୍ଲାଗମାର୍ଚ୍ଚ, ବିଶୃଙ୍ଖଳା କଲେ କଡ଼ା କାର୍ଯ୍ୟାନୁଷ୍ଠାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଦଶହରା ପାଇଁ ରାଜଧାନୀରେ ପୂଜା ପେଣ୍ଡାଲ ଓ ପୂଜା ମଣ୍ଡପ ପୁରା ପ୍ରସ୍ତୁତ। ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ସମସ୍ୟା ଓ ଅପରାଧୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇ କମିଶନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି। ନୂଆ ପୁଲିସ ଡିସିପି ପିନାକ ମିଶ୍ରଙ୍କ ନେତୃତ୍ୱରେ ବିଏସଏଫ ଯବାନ ଓ ଲକ୍ଷ୍ମୀସାଗର ଥାନା ଆଇଆଇସିଙ୍କ ସମେତ ଥାନାକର୍ମଚାରୀ ସାମିଲ ହୋଇଥିଲେ। ଲକ୍ଷ୍ମୀସାଗର ଥାନାରୁ ଏହି ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇ ଝାରପଡା ଓ ଲକ୍ଷ୍ମୀସାଗରର ବିଭିନ୍ନ ଆଞ୍ଚଳ ଓ ବସ୍ତି ପରି ଭ୍ରମଣ କରି ଲୋକଙ୍କୁ କ୍ରାଇମଠୁ ଦୂରରେ ରହିବା ପାଇଁ ସଚେତନତା କରାଯାଇଥିଲା। ପୂଜା ସମୟରେ କିଭଳି ରାଜଧାନୀବାସିନ୍ଦା ନିର୍ଭୟରେ ପୂଜା ମଣ୍ଡପ ଦର୍ଶନ କରିବାସହ ଶାନ୍ତି ଓ ଶୃଙ୍ଖଳାରେ ଘରକୁ ଫେରିବେ ଏ ନେଇ ପୁଲିସ ସଜାଗ ରହିଛି। ଅପରାଧିକ କାର୍ଯ୍ୟକଲାପ ଉପରେ ତୀକ୍ଷ୍ଣ ନଜର ରଖିଛି କମିଶନରେଟ ପୁଲିସ। ଚଳିତ ବର୍ଷ ଦୂର୍ଗା ପୂଜାକୁ ସମସ୍ତେ ଶାନ୍ତିଶୃଙ୍ଖଳାରେ ପାଳନ କରିବାସହ ଜନସାଧାରଣଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    20 %
    1.2kmh
    4 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ