Sunday, March 1, 2026
21.4 C
Odisha

    ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେଲା ଶେଷକୃତ୍ୟ

    ଆଗକୁ ପଢନ୍ତୁ

    ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଶନିବାର ସକାଳେ ଡ. ମନମୋହନଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନରୁ ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟକୁ ବିରାଟ ପଟୁଆରରେ ନିଆଯାଇଥିଲା। ଏହା ପୂର୍ବରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସେଠାରୁ ଏକ ସୁସଜ୍ଜିତ ଗାଡ଼ିରେ ପାର୍ଥିବ ଶରୀରକୁ କଂଗ୍ରେସ କାର୍ଯ୍ୟାଳୟ ନିଆଯାଇଥିଲା। କଂଗ୍ରେସ କାର୍ଯ୍ୟାଳୟରେ ପାର୍ଥିବ ଶରୀର ପହଞ୍ଚିବା ପରେ ଦଳୀୟ ନେତା, ସାଂସଦମାନେ ଅନ୍ତିମଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କିଛି ସମୟ ସେଠାରେ ରହିବା ପରେ ବିରାଟ ପଟୁଆରରେ ପାର୍ଥିବ ଶରୀରକୁ ନିଗମବୋଧ ଘାଟକୁ ନିଆଯାଇଥିଲା। ହଜାର ହଜାର କଂଗ୍ରେସ କର୍ମୀ, ଜନସାଧାରଣ, ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେନା ପକ୍ଷରୁ ସମ୍ମାନପୂର୍ବକ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଛି।ତାଙ୍କ ଝିଅ ମୁଖାଗ୍ନି ଦେଲେ। ନିଗମବୋଧ ଘାଟରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମେତ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, ନେତା ରାହୁଲ ଗାନ୍ଧି ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି। ଶେଷକୃତ୍ୟ ସମୟରେ ୩ ସେନା ପକ୍ଷରୁ ସଲାମୀ ଦିଆଯାଇଛି। ଡ. ମନମୋହନ ସିଂହଙ୍କୁ ଶେଷ ଦର୍ଶନ କଲେ ଭୁଟାନ ରାଜା। ଅନ୍ତିମ ସଂସ୍କାରରେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷିଆର ପ୍ରତିନିଧି ସାମିଲ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.4 ° C
    21.4 °
    21.4 °
    38 %
    1kmh
    15 %
    Sun
    36 °
    Mon
    36 °
    Tue
    37 °
    Wed
    38 °
    Thu
    37 °

    ସମ୍ବନ୍ଧିତ