Tuesday, September 22, 2026
25.2 C
Odisha

    ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଥାନାରେ ଏତଲା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡିର ୬ ନେତା ଓ ପୂର୍ତ୍ତ ସଚିବଙ୍କ ନାଁରେ ଭୁବନେଶ୍ବରର ମଞ୍ଚେଶ୍ବର ଥାନାରେ ଏତଲା ଦେଇଛି ନିଖିଳ ଓଡ଼ିଶା ଠିକାଦାର ମହାସଂଘ। ପ୍ରତିଶ୍ରୁତି ସତ୍ତ୍ବେ ଦାବି ପୂରଣ କରାଯାଇନଥିବାରୁ ମହାସଂଘ ପକ୍ଷରୁ ଏତଲା ଦିଆଯାଇଥିବା କୁହାଯାଉଛି। ଆଜି ମହାସଂଘ ସଭାପତି ପ୍ରଭାତ ଦାଶ ଓ ସମ୍ପାଦକ ଭାଗ୍ୟଧର ଦାଶ ଅଭିଯୋଗ କରିଛନ୍ତି, ୨୦୧୯ ମସିହାରେ ଲୋୟର ପିଏମ୍‌ଜିରେ ୧୦ ଦଫା ଦାବି ନେଇ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଏଥିରେ ବଡ଼ ପ୍ରକଳ୍ପ କରି ରାଜ୍ୟ ବାହାର ଠିକାଦାରଙ୍କୁ ଟେଣ୍ଡର ନଦେଇ ଓଡ଼ିଶାର ଠିକାଦାରଙ୍କୁ ବଡ଼କାମକୁ ଭାଗଭାଗ କରି ଦେବା, ପ୍ରତିବର୍ଷ ଆନୁଷଙ୍ଗିକ ଉପରକରଣ ଦର ବୃଦ୍ଧି କରିବା, ୧୪.୯୯ ପ୍ରତିଶତ ପ୍ରକ୍ରିୟା ବନ୍ଦ କରିବା, ଲାଇସେନ୍ସଧାରୀଙ୍କ ପାଇଁ ୫୦ କୋଟି ପର୍ଯ୍ୟନ୍ତ ସମସ୍ତ ନିୟମାବଳୀକୁ ପ୍ରତ୍ୟାହାର କରିବା ଭଳି ୧୦ଟି ଦାବି ଉପସ୍ଥାପନ କରାଯାଇଥିଲା। ଏହି ସମୟରେ ବିଧାୟକ ଅନନ୍ତ ନାରାୟଣ ଜେନା ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଏକ କମିଟି ଗଠନ କରାଯାଇ ଉକ୍ତ ଦାବିଗୁଡ଼ିକୁ ପୂରଣ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା। କିନ୍ତୁ ଦୀର୍ଘ ସାଢ଼େ ୪ ବର୍ଷ ପରେ କୌଣସି ‌ଗୋଟିଏ ଦାବି ପୂରଣ କରାଯାଇ ନାହିଁ। ତେଣୁ ଉକ୍ତ କମିଟି ବିରୋଧରେ ଏତଲା ଦେଇଛି ମହାସଂଘ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.2 ° C
    25.2 °
    25.2 °
    96 %
    1.7kmh
    100 %
    Tue
    25 °
    Wed
    26 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ