Sunday, October 4, 2026
30.6 C
Odisha

    ପୂର୍ବୋଦୟ” ଯୋଜନାରେ ଓଡ଼ିଶା ପୂର୍ବ ଭାରତ ସମୃଦ୍ଧିର ହେବ କେନ୍ଦ୍ରବିନ୍ଦୁ – ଧର୍ମେନ୍ଦ୍ର ପ୍ରଧାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଯୁବବର୍ଗଙ୍କୁ ସଶକ୍ତ କରିବା ସହ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପ୍ରଧାନମନ୍ରୀନ ନରେନ୍ଦ୍ର ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି । ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ବିକଶିତ ଭାରତ ବଜେଟରେ ଶିକ୍ଷା, ଦକ୍ଷତା ଏବଂ ନିଯୁକ୍ତି କ୍ଷେତ୍ରରେ ୧.୪୮ ଲକ୍ଷ କୋଟି ଟଙ୍କା ଆବଣ୍ଟନ ଯୁବବର୍ଗଙ୍କ ଆକାଂକ୍ଷା ପୂରଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି “ପୂର୍ବୋଦୟ” ଯୋଜନାରେ ଓଡ଼ିଶା ପୂର୍ବ ଭାରତର ସମୃଦ୍ଧିର କେନ୍ଦ୍ର ବିନ୍ଦୁ ହେବା ସହ ଦେଶର ଆର୍ଥିକ ଅଭିବୃଦ୍ଧିର ଚାବିକାଠି ହେବ ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମଗ୍ର, ସର୍ବସ୍ପର୍ଶୀ, ସର୍ବସମାବେଶୀ ତଥା ମଧ୍ୟମ ବର୍ଗଙ୍କ ସମେତ ସମସ୍ତ ବର୍ଗଙ୍କୁ ଲାଭ ଦେବା ଭଳି ବଜେଟ୍ ଉପସ୍ଥାପନ ହୋଇଛି । ‘ଗରିବ, ମହିଳା, ଯୁବ ଓ ଅନ୍ନଦାତା’ଙ୍କ କଲ୍ୟାଣ ଓ ସଶକ୍ତୀକରଣ ପାଇଁ ସର୍ବଦା ଗୁରୁତ୍ୱ ଦେବା ସହ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଚଳିତବର୍ଷର ବଜେଟରେ ଶିକ୍ଷା, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ସ୍ୱଳ୍ପ ସୁଧରେ ବାର୍ଷିକ ୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଇ-ଭାଉଚର ଦିଆଯିବ । ବାର୍ଷିକ ୨୫,୦୦୦ ଛାତ୍ରଛାତ୍ରୀଙ୍କୁ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଋଣ ଦିଆଯିବ । ଭାରତର ଅଗ୍ରଣୀ କମ୍ପାନୀ ଗୁଡିକ ଦ୍ୱାରା ୧ କୋଟି ଯୁବକ ଯୁବତୀଙ୍କୁ ଇଣ୍ଟର୍ଣ୍ଣସିପର ସୁଯୋଗ ଦିଆଯିବ । କମ୍ପାନୀର ଫ୍ରେସର ମାନଙ୍କୁ ସରକାରଙ୍କ ଦ୍ୱାରା ଆର୍ଥିକ ସହାୟତା ଦିଆଯିବ । ଇପିଏଫ୍ ପାଇଁ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯିବ । ୫ ବର୍ଷରେ ୨୦ ଲକ୍ଷ ଯୁବକ ଯୁବତୀଙ୍କୁ କୁଶଳୀ କରିବା ସହ ୧ ହଜାର ଆଇଟିଆଇର ଉନ୍ନତିକରଣ ପାଇଁ ଘୋଷଣା ; ଶିକ୍ଷା ଓ ଦକ୍ଷତା କ୍ଷେତ୍ରକୁ ସୁଦୃଢ଼ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ