Sunday, October 4, 2026
30.6 C
Odisha

    ରାଜଧାନୀରୁ ରାଜ୍ୟବ୍ୟାପି, ଛାନିଆଁ କରୁଛି ବିଲାତି ତଥା ଟମାଟୋର ଦାମ୍

    ଆଗକୁ ପଢନ୍ତୁ

    ରାଜଧାନୀରୁ ରାଜ୍ୟବ୍ୟାପି, ଛାନିଆଁ କରୁଛି ବିଲାତି ତଥା ଟମାଟୋର ଦାମ୍। ଯାଜପୁର ବ୍ୟାସନଗର ଅଞ୍ଚଳରେ ତ କିଲୋ ଶହେ ଟଙ୍କାରେ ବିକ୍ରି ହେଉଛି। ଖାଲି କ’ଣ ଯାଜପୁର, ରାଜ୍ୟର ଅନ୍ୟତମ ପରିବା ମଣ୍ଡି କୁହାଯାଉଥିବା କଟକର ଛତ୍ରବଜାରରେ ତ ରେକର୍ଡ ପରେ ରେକର୍ଡ କରୁଛନ୍ତି ଟମାଟୋ। ଗତ ୪ରୁ୫ ଦିନ ତଳେ ଯାହାର ଦର ୪୦ରୁ ୫୦ ଥିଲା ଏବେ ୭୦ ରୁ ୮୦ ଟଙ୍କାରେ ବିକ୍ରୀ ହେଉଛି। ଏପରିକି କିଛି ସ୍ଥାନରେ ୧୦୦ ଟଙ୍କାରେ ବିକ୍ରୀ ହେଉଥିବାରୁ ସାଧାରଣ ଖାଉଟୀ, ଦୁଇ ଶହ-ଅଢ଼େଇ ଶହ ନେଇ କାମ ଚଳାଉଛନ୍ତି। କେବଳ ଟମାଟୋ ନୁହଁ। ବାଇଗଣରୁ ବିନ୍ସ, ଭେଣ୍ଡିରୁ ଅମୃତଭଣ୍ଡା କିମ୍ବା କଲରାରୁ କୁନ୍ଦୁରି ଯାଏଁ, ଆକାଶଛୁଆଁ ଦାମ୍

    ବ୍ୟବସାୟୀଙ୍କ କହିବା କଥା, ଏଭଳି ଦରବୃଦ୍ଧି ପଛର ମୁଖ୍ୟ କାରଣ ହେଉଛି, ଟମାଟୋ ପାଇଁ ଆମକୁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼େ। ଏବେ ଓଡ଼ିଶାକୁ ମାଲ୍ କମ୍ ଆସୁଥିବାରୁ ଏଭଳି ଦାମ୍ ବଢୁଛି। ଛତ୍ରବଜାରକୁ ଦୈନିକ ପ୍ରାୟ ୪୦ ଟନ୍ ବିଲାତି ଆସେ। ଏବେ କିନ୍ତୁ ପ୍ରାୟ ୨୦ ଟନରେ ସୀମିତ ରହୁଛି। ଫଳରେ ଦର ବଢ଼ୁଥିବାରୁ କେବଳ ଯେ ଖାଉଟୀ, ତା’ନୁହେଁ। ବ୍ୟବସାୟୀ ବି ପ୍ରଭାବିତ। ତେଣୁ ଆବଶ୍ୟକ ପରିମାଣର ଶୀତଳ ଭଣ୍ଡାର ପାଇଁ ଦାବି ଉଠିଛି।

    ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପରିବା ଦର କିଭଳି ନିୟନ୍ତ୍ରଣକୁ ଆସିବ, ଏ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାସ୍ତରରେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

    ଏବେ ଶ୍ରାବଣ ମାସ। ଅଧିକାଂଶଙ୍କ ପସନ୍ଦ ନିରାମିଷ। ଏପରିକି ବର୍ଷା, ବନ୍ୟାର ସ୍ଥିତି ବି ଉପୁଜିଲାଣି। ଏଭଳି ସ୍ଥିତିରେ ଏବଠୁ ଦର ନିୟନ୍ତ୍ରଣ ନକଲେ ଅଣାୟତ୍ତ ହୋଇଯିବନି ତ ଟମାଟୋ ସହ ଅନ୍ୟ ପରିବା ଦର ?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ