Wednesday, October 7, 2026
30.3 C
Odisha

    ପୂର୍ବ ଲଦାଖରୁ ଭାରତ, ଚୀନ ପକ୍ଷରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ/ଲଦାଖ: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ପାଟ୍ରୋଲିଂ ନେଇ ଭାରତ ଓ ଚୀନ୍ ମଧ୍ୟରେ ବୁଝାମଣା ପରେ ପୂର୍ବ ଲଦାଖରୁ ଦୁଇ ଦେଶ ନିଜର ନିଜର ସେନା ପ୍ରତ୍ୟାହାର ଆରମ୍ଭ କରିଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ୨୨ତାରିଖରୁ ଏଲଏସିରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶୁକ୍ରବାର ସୁଦ୍ଧା ୪୦ରୁ ୫୦ ପ୍ରତିଶତ ସୈନ୍ୟ ପ୍ରତ୍ୟାହାର ହୋଇଛି। ଅକ୍ଟୋବର ୨୮ ଓ ୨୯ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବ। ଏହାପରେ ମାସ ଶେଷ ଅର୍ଥାତ୍ ଅକ୍ଟୋବର ୩୧ ସୁଦ୍ଧା ଏଲ୍ଏସିରେ ପାଟ୍ରୋଲିଂ ମଧ୍ୟ ଆରମ୍ଭ ହେବ।
    ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଲଦାଖର ଡେପସାଙ୍ଗ ଓ ଡେମଚୋକ ପଏଣ୍ଟକୁ ନେଇ ମଧ୍ୟ ଭାରତ ଓ ଚୀନ ମଧ୍ୟରେ ଚୁକ୍ତି ହୋଇଛି। ଉଭୟ ଦେଶର ସେନା ଏହି ସବୁ ସ୍ଥାନରୁ ନିଜର ଅସ୍ଥାୟୀ ତମ୍ବୁ ଓ ସେଡ୍ ହଟାଇବା ଆରମ୍ଭ କରିଛନ୍ତି। ଏଥିସହିତ ସାମରିକ ଉପକରଣ ଓ ଯାନଗୁଡ଼ିକ ବି ପଛକୁ ଫେରୁଛି ।

    ସୂଚନାଯୋଗ୍ୟ ଯେ ରୁଷରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଭାରତ ଓ ଚୀନ ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ପାଇଁ ବୁଝାମଣା ହୋଇଥିଲା । ଏହା ଫଳରେ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ସମ୍ଭବ ହୋଇପାରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ