Sunday, October 4, 2026
28.6 C
Odisha

    ବାତ୍ୟା ପରେ ବି ଏହି ୩ ଜିଲାକୁ ନିସ୍ତାର ନାହିଁ, ପ୍ରବଳରୁ ଅତି ପ୍ରବଳ ବର୍ଷା

    ଆଗକୁ ପଢନ୍ତୁ

    ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଭୀଷଣ ବାତ୍ୟାର ରୂପ ନେଇଥିବା ‘ଦାନା’ ଦୁର୍ବଳ ହୋଇ ଆଜି ବାତ୍ୟାରେ ପରିଣତ ହୋଇଛି। ଦୁର୍ବଳ ହୋଇ ଘଣ୍ଟାକୁ ଏହା ୧୦ କିମି ବେଗରେ ଗତି କରୁଛି । ଏଥିସହ ଉତ୍ତର ଉତ୍ତରପଶ୍ଚିମ ଦିଗ ଆଡକୁ ଗତି କରୁଛି । ତେବେ ବାତ୍ୟା ଲ୍ୟାଣ୍ଡଫଲ ପରେ ୩ ଜିଲାକୁ ରେଡ ଆଲର୍ଟ ଜାରି ହୋଇଛି। ଅତି ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
    ଅନ୍ୟପଟେ ବାତ୍ୟା ପରେ ଏବେ ବନ୍ୟା ଆଶଙ୍କାରେ କିଛି ଜିଲାବାସୀ ଆତଙ୍କିତ। ଏହି ଜିଲାଗୁଡ଼ିକ ହେଲା କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ବାଲେଶ୍ବର, ଭଦ୍ରକ, ଗଜପତି, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ। ଏନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ