Thursday, September 19, 2024
23 C
Odisha

    ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ସାନଭାଇ ମୃତ; ବଡ଼ଭାଇ ଗୁରୁତର

    ଆଗକୁ ପଢନ୍ତୁ

    ପାଟଣାଗଡ଼: ପାଟଣାଗଡ଼ ବ୍ଲକ୍ ଲରମ୍ଭା ଥାନା ଅଧୀନ ଘସିଏନୟ ଗାଁରେ ପୂର୍ବ ଶତ୍ରୁତାକୁ ନେଇ ସୁଶାନ୍ତ ତାଣ୍ଡିଙ୍କ ନାବାଳକ ପୁଅ ଅଜୁ ତାଣ୍ଡି (୧୭)କୁ ଉକ୍ତଗାଁର ପଂଛି ମାଝୀ ଏକ କଇଁଚିରେ ଭୁସି ହତ୍ୟା କରିଛି । ସେହିପରି ତାଙ୍କ ବଡ଼ପୁଅ ଉଜଳ ତାଣ୍ଡି (୧୮)ଙ୍କ କପାଳରେ କଇଁଚି ମାରିଦେବାରୁ ଗୁରୁତର ହୋଇ ବାଲାଙ୍ଗିର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ଅଜୁ ଓ ଉଜଳଙ୍କ ସହିତ ଥିବା ଜଣେ ୧୪ ବର୍ଷର ନାବାଳକ ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବାନୁସାରେ ଗତ୨୫ ତାରିଖ ଦିନ ଘସିଏନ୍ ସ୍ୱରାଜ ହାଇସ୍କୁଲ ସମ୍ମୁଖରେ କୌଣସି ଏକ କଥାକୁ ନେଇ ଦୁଇ ଭାଇ ଅଜୁ ଓ ଉଜଳଙ୍କ ସହ ପଂଛିଙ୍କ କୌଣସି ଏକ କଥାକୁ ନେଇ ବଚସା ହୋଇଥିଲା । ଆଜି ଓଡ଼ିଶା ପୁଲିସ ଚାକିରି ପାଇଁ ଅନଲାଇନରେ ଆବେଦନ କରିବା ପାଇଁ ଦୁଇ ଭାଇ ହାଟପଦା ସ୍ଥିତ ଏକ ଦୋକାନକୁ ଆସିଥିଲେ । ଦୋକାନ ପାଖରେ ଥିବା ବାଗବହାଳି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଟେଲର ଦୋକାନ ସମ୍ମୁଖରେ ପୁଣି ପୂର୍ବ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ରାଗରେ ଜର୍ଜରିତ ହୋଇ ପଂଛି ପ୍ରଥମେ ଟେଲର ମେସିନ ଉପରେ ଥିବା କଇଁଚିରେ ଉଜଳଙ୍କ ମୁଣ୍ଡରେ ଆକ୍ରମଣ କରିଥିଲା । ଏହା ଦେଖି ସାନ ଭାଇ ଅଜୁ ଛଡ଼ାଇବାକୁ ଚେଷ୍ଟା କରିବାରୁ ପଂଛି ହାତରୁ କଇଁଚି ତଳେ ପଡିଯାଇଥିଲା । ପୂର୍ବରୁ ରାଗରେ ଜର୍ଜରିତ ଥିବା ପଂଛି ଉକ୍ତ କଇଁଚିକୁ ଉଠାଇ ଅଜୁର ପେଟରେ ଭୁସି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଅଜୁଙ୍କ ମୃତ୍ୟୁ ଘଟିଥିଲା । ପରିବାରଲୋକେ ଦୁଇ ଭାଇକୁ ପ୍ରଥମେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସାପରେ ଡାକ୍ତର ଅଜୁଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଅବସ୍ଥାରେ ଥିବା ଉଜଳକୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ଲେଖାହେବା ପର୍ଯ୍ୟନ୍ତ ଏସ୍‌ଡିପିଓ ସଦାନନ୍ଦ ପୁଝାରୀଙ୍କ ନିର୍ଦ୍ଦେଶ କ୍ରମେ ଲରମ୍ଭା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତକୁ ଖୋଜାଖୋଜି କରୁଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ