Friday, January 24, 2025
23.4 C
Odisha

    ପେଜ ପିଇବା ଦ୍ଵାରା ମିଳିଥାଏ ଏହି ସବୁ ଫାଇଦା

    ଆଗକୁ ପଢନ୍ତୁ

    ଭାତ ପ୍ରସ୍ତୁତ ସମୟରେ ସେଥିରୁ ବାହାରୁଥିବା ପେଜକୁ ଆମେ ଫିଙ୍ଗି ଦେଇଥାଉ । ତାହେଲେ ଆସନ୍ତୁ ଜାଣିବା ଯାହାକୁ ଆମେ ଅଦରକାରୀ ଭାବି ଫିଙ୍ଗି ଦେଇଥାଉ ତାହା ଆମର କେଉଁ କାମରେ ଆସିଥାଏ । ଚାଉଳରୁ ଭାତ ହୋଇଗଲା ପରେ ସେଥିରୁ ପେଜ ବାହାରି ଥାଏ । ଏହି ପେଜକୁ ଆମେ ଗାଈକୁଣ୍ଡରେ ହେଉ ଅଥବା ନଳାରେ ଫିଙ୍ଗି ଦେଇଥାଉ । କିନ୍ତୁ ଏଥିରେ ପୌଷ୍ଟିକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ ।

    ପେଜରେ ଲୁଣ ଓ ଭଜା ଜିରା ମିଶାଇ ଏନର୍ଜି ଡ୍ରିଙ୍କ୍ ପ୍ରସ୍ତୁତ କରି ପିଇପାରିବେ । ଯାହା ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ । ଏହାକୁ ପିଇବା ଦ୍ୱାରା ଶରୀରକୁ ଭିଟାମିନ୍ ମିଳିବା ସହିତ ପାଟିକୁ ସ୍ୱାଦିଷ୍ଟ ବି ଲାଗିଥାଏ ।

    ପେଜ ଶରୀରକୁ ଥଣ୍ଡା ରଖିଥାଏ । ତେଣୁ ଏହାକୁ ଖରାଦିନେ ପିଇବା ଲାଭଦାୟକ ହୋଇଥାଏ । ଏହାକୁ ପିଇବା ଦ୍ୱାରା କୋଷ୍ଟକାଠିନ୍ୟରୁ ଆରାମ ମିଳିଥାଏ । ପେଟ ସଫା ରହିଲେ ଶରୀରର ଆପଣାଛାଏଁ ଥଣ୍ଡା ହୋଇଯାଇଥାଏ । ଏତଦ୍ ବ୍ୟତୀତ ପେଜରେ କାବ୍ରୋହାଇଡ୍ରେଟ ବି ଭରପୂର ମାତ୍ରାରେ ରହିଥାଏ ।

    ପେଜରେ ଅନେକ ପ୍ରକାର ଭିଟାମିନ୍ ଓ ମିନିରାଲ୍ସ ଭରି ରହିଥାଏ । କିନ୍ତୁ ପେଜ ପେଟ ପାଇଁ ବହୁତ ଲାଭଦାୟକ । ବିଶେଷକରି ଯେତେବେଳେ ଆପଣ ଓଜନ କମ କରିବାକୁ ଚାହାଁନ୍ତି ।ପେଜ ଶରୀରରେ ପାଣିର ଅଭାବ ହେବାକୁ ଦିଏ ନାହିଁ । ଏହା ବହୁତ ହାଲୁକା ଏବଂ ପିଇବାକୁ ସହଜ ହୋଇଥାଏ । ଏହି କାରଣରୁ ଏହା ଓଜନ କମ କରିବାରେ ବହୁତ ଲାଭଦାୟକ ।

    ଏହାକୁ ପିଇବା ଦ୍ୱାରା ମେଦବହୁଳତା ଶୀଘ୍ର ହ୍ରାସ ପାଏ । ଏହା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ପାଇଁ ଏକ ଔଷଧ । ଏହା ବଦହଜମୀ, ଝାଡ଼ା ଏବଂ ବାନ୍ତି ଭଳି ସମସ୍ୟାରୁ ତୁରନ୍ତ ମୁକ୍ତି ଦେଇପାରେ ।

    ପେଜରେ ପ୍ରଚୁର ପରିମାଣରେ ଫାଇବର ଥାଏ । ଏହା ପାଚନ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରେ।

    ପେଜ ଦ୍ୱାରା ସ୍କିନରେ ଥିବା ଦାଗ ଦୂର ହୋଇଥାଏ । ଏଥିପାଇଁ ପେଜକୁ ଥଣ୍ଡା କରି ଏହାକୁ ଚେହେରାରେ ଲଗାନ୍ତୁ । ଶୁଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ବ୍ରଣ ସମସ୍ୟାକୁ ବି ଦୂର କରିଥାଏ । ଏଥିରେ ଆମିନୋ ଏସିଡ୍, ଭିଟାମିନ୍ ବି, ଭିଟାମିନ୍ ଇ, ଆଣ୍ଟିଅକ୍ସିଡାଣ୍ଟ, ମ୍ୟାଗ୍ନେସିୟମ୍, ଫାଇବର, ଜିଙ୍କ୍ ଏବଂ ମାଙ୍ଗାନିଜ୍ ମଧ୍ୟ ମିଳିଥାଏ, ଯାହା ସ୍ୱାସ୍ଥ୍ୟ, ଚର୍ମ ଏବଂ କେଶ ପାଇଁ ଲାଭଦାୟକ ।

    ପେଜକୁ ସାମ୍ପୁ ଆକାରରେ ମଧ୍ୟ ବ୍ୟବହାର କରାଯାଇଥାଏ । ପେଜକୁ କେଶରେ ଲଗାଇ ଥଣ୍ଡା ପାଣିରେ ଧୋଇବା ଦ୍ୱାରା କେଶରେ ଚମକ ବୃଦ୍ଧି ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.4 ° C
    23.4 °
    23.4 °
    34 %
    0.3kmh
    25 %
    Fri
    32 °
    Sat
    32 °
    Sun
    31 °
    Mon
    32 °
    Tue
    33 °

    ସମ୍ବନ୍ଧିତ