ବର୍ତ୍ତମାନ୍ ଚାଲିଛି ବର୍ଷା ଋତୁ । ଏହି ଋତୁରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ । ଯେପରିକି ଥଣ୍ଡା, କାଶ, ଜ୍ବର ଇତ୍ୟାତି । ଏଥିସହ ପାଗ ପରିବର୍ତ୍ତନ ହେବା ସହ ମଧ୍ୟ ଆମେ ଅନେକ ସସସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଯେପରିକି ପେଟ ଯନ୍ତ୍ରଣାଠାରୁ ଆରମ୍ଭ କରି ହଇଜା ପର୍ଯ୍ୟନ୍ତ ସବୁ କିଛି । ଯଦି ଆପଣ ଏହି ସବୁ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ । ଆଜି ଆପଣଙ୍କୁ ଜଣାଇବୁ ଏଥିରୁ କିପରି ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ତଥ୍ୟ ।
ବହୁ ଆଗାମୀ କାଳରୁ ଅଦା ଏବଂ ମହୁ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଇ ଆସୁଛି । କିନ୍ତୁ ଆପଣ କେବେ ଅଦା-ମହୁ ପାଣି ପିଇଛନ୍ତି କି? ଯଦି ପିଇନାହାଁନ୍ତି, ତେବେ ଆପଣଙ୍କୁ ଏହି ପାନୀୟର ସ୍ୱାସ୍ଥ୍ୟ ଲାଭ ବିଷୟରେ ଜାଣନ୍ତୁ । ପ୍ରତିଦିନ ଏହି ପୁଷ୍ଟିକର ପାନୀୟ ପିଇବା ଆରମ୍ଭ କରନ୍ତୁ ଏବଂ ଆପଣ ମାତ୍ର କିଛି ସପ୍ତାହ ମଧ୍ୟରେ ଅଟୋମେଟିକ୍ ଭାବରେ ସକାରାତ୍ମକ ପ୍ରଭାବ ଦେଖିବାକୁ ପାଇବେ ।
ଥଣ୍ଡା ଏବଂ କାଶ ସମସ୍ୟାରୁ ମୁକ୍ତି ପାଇବେ :
ଅଦା ଏବଂ ମହୁ ପାଣି ପିଇବା ଦ୍ୱାରା ଆପଣ ଥଣ୍ଡା ଏବଂ କାଶରୁ ବହୁତ ପରିମାଣରେ ମୁକ୍ତି ପାଇପାରିବେ । ଯଦି ଆପଣ ଗଳା ଯନ୍ତ୍ରଣା, ଥଣ୍ଡା କିମ୍ବା କାଶ ସମସ୍ୟାକୁ ରୋକିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ପ୍ରାକୃତିକ ପାନୀୟ ପିଇବା ଆରମ୍ଭ କରିପାରିବେ । ଆପଣଙ୍କ ସୂଚନା ପାଇଁ, ଆମେ ଆପଣଙ୍କୁ କହି ରଖୁଛୁ ଯେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅଦା ଏବଂ ମହୁ ପାଣିକୁ ଦୈନନ୍ଦିନ ଖାଦ୍ୟ ଯୋଜନାର ଏକ ଅଂଶ ମଧ୍ୟ କରାଯାଇପାରିବ ।
ପେଟ ସମ୍ବନ୍ଧୀୟ ସମସ୍ୟା ଦୂରେଇ ରହିବ :
ଯଦି ଆପଣ ପେଟ ସମସ୍ୟାକୁ ରୋକିବାକୁ ଚାହାଁନ୍ତି, ତେବେ ଅଦା ଏବଂ ମହୁ ପାଣି ପିଇବା ଆରମ୍ଭ କରନ୍ତୁ । ଏହି ପାନୀୟକୁ ହୃଦୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ । ଅର୍ଥାତ୍, ଏହି ପାନୀୟକୁ ସଠିକ ପରିମାଣରେ ଏବଂ ସଠିକ୍ ଉପାୟରେ ସେବନ କରିବା ଦ୍ୱାରା, ଗମ୍ଭୀର ଏବଂ ହୃଦରୋଗର ଆଶଙ୍କା ହ୍ରାସ କରାଯାଇପାରିବ । ଏଥିସହ ଓଜନ ମଧ୍ୟ ହ୍ରାସ ପାଇାକୁ ଲାଗିବ ।
ଅଦା ମହୁ ପାଣି କିପରି ତିଆରି କରିବେ :
ଅଦା ଏବଂ ମହୁ ପାଣି ତିଆରି କରିବା ପାଇଁ, ପ୍ରଥମେ ଗୋଟିଏ କପ୍ ପାଣି ଗରମ କରନ୍ତୁ । ଏବେ ଏହି ପାଣିରେ ଗୋଟିଏ ଚାମଚ ମହୁ ଏବଂ ଗୋଟିଏ ଅଳ୍ପ ଅଦାଛେଚା ମିଶାନ୍ତୁ । ଏବେ ଆପଣ ଏହି ପାଣିକୁ ଛାଣି ପିଇପାରିବେ । ଏହି ପାନୀୟର ସ୍ୱାଦ ଉନ୍ନତ କରିବା ପାଇଁ, ଆପଣ ଏଥିରେ ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ । ଯଦି ଆପଣ ଏପରି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଏହି ଟିପ୍ସକୁ ନିଶ୍ଚିତ ଫଲୋ କରନ୍ତୁ ।