Monday, June 22, 2026
36 C
Odisha

    ପୈତ୍ରିକ ଗ୍ରାମରେ ପହଞ୍ଚିଲା ତେଜସ୍ ପାଇଲଟଙ୍କ ମୃତଦେହ, ଆଜି ସମ୍ପୂର୍ଣ୍ଣ ହେବ ଶେଷକୃତ୍ୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ତେଜସ୍ ପାଇଲଟ୍ ୱିଙ୍ଗ କମାଣ୍ଡର ନମଂଶ ସାୟଲଙ୍କ ଅନ୍ତିମ ସଂସ୍କାର ପ୍ରସ୍ତୁତି । ଗତକାଲି ସ୍ୱତନ୍ତ୍ର ବାୟୁସେନା ବିମାନରେ ୱିଙ୍ଗ୍ କମାଣ୍ଡର ନମଂଶ ସାୟଲଙ୍କ ପାର୍ଥିବ ଶରୀରକୁ ଦୁବାଇରୁ ସୁଲୁର ଏୟାର ଫୋର୍ସ ଷ୍ଟେସନକୁ ଅଣାଯାଇଥିଲା । ଆଜି ସାମରିକ ସମ୍ମାନ ସହ ବାୟୁସେନାର ଅନ୍ୟ ଏକ ବିମାନରେ ପାର୍ଥିବ ଶରୀର ହିମାଚଳ ପ୍ରଦେଶ କାଙ୍ଗ୍ରା ଜିଲ୍ଲାର ଗାଗ୍ଗଲ ବିମାନବନ୍ଦରରେ ପହଞ୍ଚିଛି । ସେଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କ ପୈତ୍ରିକ ଗ୍ରାମ ପଟିୟାଲକର ଗ୍ରାମକୁ ଏକ ଶୋଭାଯାତ୍ରାରେ ମରଶରୀରକୁ ନିଆଯାଇଛି ।ଆଜି ଅପରାହ୍ନରେ ଗ୍ରାମର ଶ୍ମଶାନ ଘାଟରେ ସମ୍ପୂର୍ଣ୍ଣ ସାମରିକ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ସ୍ଥାନୀୟ ବିଧାୟକ, ପୂର୍ବତନ ସେନା ଅଧିକାରୀ ଓ ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି । ଶୁକ୍ରବାର ଦୁବାଇରେ ଚାଲିଥିବା ଏୟାର ଶୋ’ରେ ଅତିକମ୍ ଉଚ୍ଚତାରେ ତେଜସ୍ ଜେଟରେ ଉଡ଼ାଣ କୌଶଳ ଦେଖାଉଥିଲେ ୱିଙ୍ଗ୍ କମାଣ୍ଡର୍ ନମଂଶ  । କିନ୍ତୁ କୌଣସି କାରଣବସତଃ ଯାନ୍ତ୍ରିକ ତ୍ରୁଟି ଯୋଗୁ କ୍ରାସ ଲ୍ୟାଣ୍ଡ୍ କରି ନିଆଁପିଣ୍ଡୁଳା ପାଲଟିଥିଲା ଜେଟ୍ । ଫଳରେ ଦୁର୍ଘଟଣାରେ ସହିଦ ହୋଇଥିଲେ ୱିଙ୍ଗ୍ କମାଣ୍ଡର ନମଂଶ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36 ° C
    36 °
    36 °
    34 %
    4kmh
    62 %
    Mon
    35 °
    Tue
    33 °
    Wed
    40 °
    Thu
    39 °
    Fri
    34 °

    ସମ୍ବନ୍ଧିତ