Monday, November 17, 2025
25.2 C
Odisha

    ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ମମଲା, ଆଜି ବ୍ରହ୍ମପୁର ଆସିବ ସିବିଆଇ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  :  ପୋଲିସ ଏସଆଇ ପରୀକ୍ଷା ନିଯୁକ୍ତି ଦୁର୍ନୀତି ଘଟଣାରେ ଆଜି ବ୍ରହ୍ମପୁର ଆସିପାରେ ସିବିଆଇ। ଏକ ତଦନ୍ତକାରୀ ଦଳ ବ୍ରହ୍ମପୁର ଆସିବ ବୋଲି ସୂଚନା ମିଳିଛି । ଦୁର୍ନୀତିରେ ସଂପୃକ୍ତ ଦଲାଲମାନଙ୍କ ରିମାଣ୍ଡ ପାଇଁ ଅଦାଲତରେ ଆବେଦନ କରିବେ ବୋଲି ଜଣାପଡିଛି । ତଦନ୍ତ ପାଇଁ ଜଣେ ଡିଏସପିଙ୍କ ନେତୃତ୍ବରେ ଟିମ୍ ଗଠନ ହୋଇଛି । ସିବିଆଇ ଆଣ୍ଟି କରପସନ ବ୍ୟୁରୋ – ACB ର ଅତିରିକ୍ତ ଏସପି ବି. ସାମଲ ଏହାର ତଦାରଖ କରିବେ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସିବିଆଇକୁ ଏଫଆଇଆର କପି ହସ୍ତାନ୍ତର ହୋଇ ସାରିଛି ।

    ତଦନ୍ତ ସଂପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଖୁବଶୀଘ୍ର ସିବିଆଇକୁ ହସ୍ତାନ୍ତର କରିବ କ୍ରାଇମବ୍ରାଞ୍ଚ । ମାମଲାରେ ସିବିଆଇ ମୂଳରୁ ତଦନ୍ତ କରିପାରେ । ପୂର୍ବରୁ ତଦନ୍ତ କରୁଥିବା ପୋଲିସ ଅଧିକାରୀଙ୍କ ସହ କରିପାରେ ଆଲୋଚନା । ସିଲିକନ ଟେକ ଲ୍ୟାବର ସିଇଓ ସୁରେଶ ନାୟକ ଓ ପଞ୍ଚସଫ୍ଟର ନିର୍ଦ୍ଦେଶକ ତଥା ମାଷ୍ଚରମାଇଣ୍ଡ ଶଙ୍କର ପୃଷ୍ଟି ଓ ଅନ୍ୟତମ କାର୍ପଟଦାର ମୁନା ମହାନ୍ତି ସହ ମୋଟ ୭ଜଣଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟରେ ଆବେଦନ କରିପାରେ। ମାମଲାରେ ପଞ୍ଚସଫ୍ଟ ଟେକ୍ନୋଲୋଜିର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ଏବଂ ମୁନା ମହାନ୍ତିଙ୍କ ସମେତ ୧୨୩ ଜଣ ଗିରଫ ହୋଇଛନ୍ତି । ଏହି ଦୁର୍ନୀତିରେ ୧,୦୦୦ କୋଟି ଟଙ୍କାର କାରବାର ହୋଇଥିବା କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    36 %
    1.8kmh
    0 %
    Mon
    25 °
    Tue
    25 °
    Wed
    27 °
    Thu
    27 °
    Fri
    29 °

    ସମ୍ବନ୍ଧିତ