Saturday, June 28, 2025
24.9 C
Odisha

    ପୋଲିସ ନିକଟରେ ୬ ଜଣ ମାଓବାଦୀ ଆତ୍ମସମର୍ପଣ

    ଆଗକୁ ପଢନ୍ତୁ

    ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା ପୋଲିସ ନିକଟରେ ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପଣ କରିଥିବା ୬ଜଣ ମାଓବାଦୀଙ୍କ ମଧ୍ୟରୁ ୪ ମାଓବାଦୀ ଓ ଦୁଇ ପୁରୁଷ ମାଓବାଦୀ ଥିବା ବେଳେ ସମସ୍ତେ ବିଏସ୍‌ଏଫ୍‌ ୧୫ ବାହିନୀ କମାଣ୍ଡାଣ୍ଟ ନବଲ ସିଂ, ୫୩ ବାହିନୀ କମାଣ୍ଡାଣ୍ଟ ସଞ୍ଜୟ କୁମାରଙ୍କ ନିକଟରେ ଏହି ୬ ଜଣ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ୫ ଲକ୍ଷ ପୁରସ୍କାର ଘୋଷିତ ଧନାୟ ହଲାମି, ୧ ଲକ୍ଷ ପୁରସ୍କାର ଘୋଷିତ ଦଶମତୀ କେବାଚି, ୧ ଲକ୍ଷ ପୁରସ୍କାର ଘୋଷିତ ସୁକାୟ ଓରଫ ରୋଶନୀ ପୋୟାମ, ୧ ଲକ୍ଷ ଇନାମୀ ଚେତରାମ ଉସେଣ୍ଡି ଓରଫ ରୁଷି, ୧ ଲକ୍ଷ ପୁରସ୍କାର ଘୋଷିତ ଗାଙ୍ଗୁ ପୋୟାମ, ୧ ଲକ୍ଷ ପୁରସ୍କାର ଘୋଷିତ ଶାରୀ ଓରଫ ଗାଗରି କେବାଚୀ।

    ଏ ସମ୍ପର୍କରେ ଏହି ସମସ୍ତ ମାଓବାଦୀ ପ୍ରକାଶ କରିଛନ୍ତି ଯେ, ବର୍ତ୍ତମାନ ଛତିଶଗଡ଼ ସରକାର ଓ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରେ କୋମ୍ବିଂ ଅପରେଶନ କରି ମାଓବାଦୀଙ୍କ ଉପରେ ଆକ୍ରମଣ, ଏତିସହ ଇତିମଧ୍ୟରୁ ମାଓ ସଂଗଠନର ଟପ୍‌ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହେବା ଫଳରେ ମାଓବାଦୀ ସଂଗଠନ ପ୍ରାୟତଃ ଭୁଶୁଡ଼ି ପଡ଼ିବା ସହ ଏହି ସଂଗଠନରେ ପୂର୍ବ ଆଦର୍ଶ ନ ଥିବା ଓ ଛତିଶଗଡ଼ ସରକାରଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେଉଥିବାରୁ ଏଥିରେ ଅନୁପ୍ରାଣିତ ହୋଇ ଏହି ୬ ଜଣ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ନାରାୟଣପୁର ପୋଲିସ ତରଫରୁ ସମସ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    85 %
    4kmh
    100 %
    Sat
    25 °
    Sun
    25 °
    Mon
    23 °
    Tue
    29 °
    Wed
    30 °

    ସମ୍ବନ୍ଧିତ