Thursday, May 9, 2024
24.7 C
Odisha

    ପୋଲିସ ପଞ୍ଝାରେ ମୋଷ୍ଟ ୱାଣ୍ଟେଡ୍ ଲୁଟେରା ପର୍ଶୁରାମ ଗିରି

    ଆଗକୁ ପଢନ୍ତୁ

    ବାଲେଶ୍ୱର ସୋର ଅଞ୍ଚଳର ପର୍ଶୁରାମ ଗିରି । ଗୋଟିଏ କି ଦୁଇଟି ନୁହେଁ, ପର୍ଶୁରାମ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ରହିଛି ୫୦ରୁ ଅଧିକ ଅପରାଧିକ ମାମଲା । ତେବେ ଘରେ କେହି ନଥିବା ବେଳେ ଝରକା ତାଡି କିଛି ସମୟରେ କଳା କନା ବୁଲାଇ ଫେରାର ହୋଇଯାଏ ଏହି ଲୁଟେରା ମାଷ୍ଟର ପର୍ଶୁରାମ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଲୁଟ ମୁଣ୍ଡବିନ୍ଧାର କାରଣ ପାଲିଟିଥିଲା । କମିସନରେଟ୍ ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା ସେ ।

    ଭୁବନେଶ୍ୱରର କେବଳ ସହିଦ ନଗର, ମଞ୍ଚେଶ୍ୱର, ପାହାଳ, ଲିଙ୍ଗରାଜ ଥାନାରେ ୨୧ଟି ଚୋରି ମାମଲା ରହିଛି ଏହି ଅଭିଯୁକ୍ତ ନାଁରେ । ଗୁରୁତ୍ୱପୁର୍ଣ କଥା ହେଉଛି ଝରକା ତାଡି ଟଙ୍କା ଓ ସୁନାଗହଣା ଲୁଟ କରିବା ପରେ ରାଜ୍ୟ ବାହାରକୁ ପଳାଉଥିଲା । ଲୁଟିଥିବା ଟଙ୍କାରେ ମୁମ୍ବାଇର ତାଜ୍ ହୋଟେଲ ଭଳି ସାତ ତାରକା ହୋଟେଲରେ ଅୟସ କରୁଥିଲା । ବିଳମ୍ବିତ ରାତିରେ କମିଶନରେଟ ପୋଲିସ କରୁଥିବା ବ୍ଲକିଙ୍ଗ ଓ ଚେକିଙ୍ଗ ସମୟରେ ପୋଲିସ ହାତରେ ଧରା ପଡିବା ପରେ ତା ନିକଟରୁ ନଗଦ ୨୧ ଲକ୍ଷ ଟଙ୍କା, ୭୦୦ ଗ୍ରାମର ସୁନାଗହଣା ଓ ୭ କେଜି ରୁପା ଜବତ ହୋଇଛି ।

    ଦଶମ ଶ୍ରେଣୀ ଫେଲ ହୋଇଥିବା ପର୍ଶୁରାମର ଲୁଟ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏକା ଏକା କରୁଥିଲା ଚୋରି । ଯେଉଁ ଘରକୁ ଟାର୍ଗେଟ କରୁଥିଲା କଳାକନା ବୁଲାଇ ଦେଉଥିଲା । ଚୋରି ଟଙ୍କା ଓ ସୁନା ଗହଣା ନେଇ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିଲା ଏହି ୱାନ ମ୍ୟାନ ଲୁଟେରା ।

    ଦୀର୍ଘଦିନ ଧରି ପର୍ଶୁରାମ ଗିରି କମିଶନରେଟ ପୋଲିସର ନିଦ ହଜାଇ ଦେଇଥିବା ବେଳେ ତାକୁ ଗିରଫ କରିବା ପରେ ଶାନ୍ତିରେ ନିଶ୍ୱାସ ନେଇଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    81 %
    2kmh
    21 %
    Thu
    24 °
    Fri
    39 °
    Sat
    40 °
    Sun
    40 °
    Mon
    40 °

    ସମ୍ବନ୍ଧିତ