Monday, May 20, 2024
37 C
Odisha

    ପ୍ରାର୍ଥୀ ଘୋଷଣା ପରେ ଜଗା ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ର

    ଆଗକୁ ପଢନ୍ତୁ

    ପ୍ରାର୍ଥୀ ଘୋଷଣା ପରେ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସକାଳ ଧର୍ମପତ୍ନୀ ମୁର୍ଦଳା ଠାକୁରଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ଶ୍ରୀମନ୍ଦିର ଆସି ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ସିଂହଦ୍ୱାର ନିକଟରେ ଦୁଇ ନେତା ପହଞ୍ଚିିବା ପରେ ସେବାୟତ ଓ ବିଜେପି କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ ।ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସମ୍ବଲପୁରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ପଠାଇଛନ୍ତି । ସେ ଗୁଣ୍ଡୁଚିମୂଷା ପରି ସମ୍ବଲପୁରର ବିକାଶ ପାଇଁ କାମ କରିବେ । ଏଥର ଡବଲ ଇଞ୍ଜିନ୍ ସରକାର ହେଉ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପୁଣି ଥରେ ପୁରୀ ଲୋକସଭା ପାଇଁ ପ୍ରାର୍ଥୀ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମ୍ବିତ ପାତ୍ର । ମହାପ୍ରଭୁଙ୍କୁ ଦର୍ଶନ ବେଳେ କେନ୍ଦ୍ରମନ୍ତ୍ରୀଙ୍କ ସହ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବିଜେପି ନେତା ସୁରଥ ବିଶ୍ୱାଳ, ବିଜେପି ନେତ୍ରୀ ଉପାସନା ମହାପାତ୍ର ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37 ° C
    37 °
    37 °
    33 %
    2.7kmh
    0 %
    Mon
    40 °
    Tue
    43 °
    Wed
    42 °
    Thu
    40 °
    Fri
    38 °

    ସମ୍ବନ୍ଧିତ