Tuesday, January 6, 2026
18.7 C
Odisha

    ପୋଲିସ SI ନିଯୁକ୍ତି ଘୋଟାଲା ଲିଙ୍କ୍; ‘ବଣିକ’ର ୩ ଅଧିକାରୀଙ୍କୁ ନୋଟିସ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପୋଲିସ ଏସ ଆଇ ଚାକିରି ଦୁର୍ନିତି ମାମଲା । ବଣିକ କୋଚିଂ ସେଣ୍ଟର ସହ ଲିଙ୍କ୍ ଥିହା ସନ୍ଦେହରେ ଗତକାଲି ଉକ୍ତ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ କରିଥିଲା । ରେଡ ପରେ ‘ବଣିକ’ର ୩ ଅଧିକାରୀଙ୍କୁ ନୋଟିସ୍ ଜାରି ହୋଇଛି । HR ମ୍ୟାନେଜର୍, ଆଡମିନ୍‌ ମ୍ୟାନେଜର ଓ ଆକାଉଣ୍ଟ ହେଡ୍‌ଙ୍କୁ ନୋଟିସ୍ ହୋଇଛି । କ୍ରାଇମବ୍ରାଞ୍ଚ ନୋଟିସ୍ ଆଧାରରେ ଆଜି କଟକ କାର୍ଯ୍ୟାଳୟରେ ୧୧ଟାରେ ହେବେ ହାଜର ।

    ଗତକାଲି କ୍ରାଇମବ୍ରାଞ୍ଚର ଏକ ଟିମ୍ ରେଡ କରିଥିଲା ବଣିକ କୋଚିଂ ସେଣ୍ଟରରେ । ୧୧୪ଜଣ ଗିରଫ ଛାତ୍ରଙ୍କ ମଧ୍ୟରୁ ୧୨ଜଣ ଛାତ୍ର ବିଣିକ ସହ କନେକ୍ସନ ଥିବା ତଥ୍ୟ ଦେଇଥିଲେ ପୋଲିସକୁ । ସେମାନଙ୍କ ମଧ୍ୟରୁ ୬ଜଣ ବଣିକ କୋଚିଂ ଅନୁଷ୍ଠାନର କୋଚିଂ ନେଉଥିବା ରେଡ ବେଳେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ୍ । ସେହି ଆଧାରରେ ଯାଂଚ ପାଇଁ ତିନିଜଣ ବଣିକର କର୍ମଚାରୀଙ୍କୁ ନୋଟିସ ଆଧାରରେ ହାଜର ହୋଇ ପକ୍ଷ ରଖିବେ ।

    ପ୍ରକାଶଯୋଗ୍ୟ, ପୋଲିସ ଏସଆଇ ଚାକିରି ପଛରେ ସିଣ୍ଡିକେଟ୍ ଥିବା ଜଣାପଡିଛି । ଅରିଜିନାଲ ସାର୍ଟିଫିକେଟ ନେଇ ଚାଲୁଥିଲା ଡିଲ୍ । ବ୍ଳାଙ୍କ ଚେକ୍ ରେ ହେଉଥିଲା ଟଙ୍କା କାରବାର । ବିଭିନ୍ନ କୋଚିଂ ସେଣ୍ଟରେ କୋଚିଂ ଦେଉଥିବା ଶିକ୍ଷକଙ୍କ ଜରିଆରେ ଚାଲୁଥିଲା ସିଣ୍ଡିକେଟ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.7 ° C
    18.7 °
    18.7 °
    30 %
    1.7kmh
    0 %
    Tue
    17 °
    Wed
    27 °
    Thu
    27 °
    Fri
    26 °
    Sat
    27 °

    ସମ୍ବନ୍ଧିତ