Saturday, November 22, 2025
27.9 C
Odisha

    ପୋଲିସ SI ପରୀକ୍ଷା ନିଯୁକ୍ତି ଦୁର୍ନୀତି ମାମଲା, ୪ ଜଣଙ୍କୁ CBIର ପଚରାଉଚରା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ପୋଲିସ SI ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ସିବିଆଇ ଗତକାଲି ୪ ଜଣ ଆଶାୟୀଙ୍କୁ ମାରାଥନ ଜେରା କରିଛି ।  ଭୁବନେଶ୍ବର ସିବିଆଇ ଅଫିସରେ ଅଧିକାରୀମାନେ ପରୀକ୍ଷାର୍ଥୀଙ୍କୁ ମୁହାଁମୁହିଁ ଜେରା କରିଥିଲେ ।  ରାକେଟ ସଂପର୍କରେ ସିବିଆଇ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଥିବା କୁହାଯାଉଛି ।  ୮ ଘଣ୍ଟା ଜେରା ପରେ ସେମାନଙ୍କୁ ଛାଡ଼ିଥିଲା ସିବିଆଇ ।

    ସୂଚନା ଅନୁଯାୟୀ, ସିବିଆଇ ପକ୍ଷରୁ ୧୦ ଜଣଙ୍କୁ ସମନ କରାଯାଇଥିଲା ।  ଆଜି ଅନ୍ୟମାନେ ହାଜର ହେବେ ।  ଓଡ଼ିଶା ପୋଲିସରେ ସବ୍-ଇନ୍ସପେକ୍ଟର ଓ ଅନ୍ୟ ପଦବୀରେ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ କମ୍ବାଇନଡ ପୋଲିସ୍ ସର୍ଭିସ୍ ଏକଜାମିନେସନ୍-CPSE ଅକ୍ଟୋବର ୫-୬ ତାରିଖରେ ହେବାର ଥିଲା ।  ତେବେ ଦୁର୍ନୀତି ଯୋଗୁ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।

    ଏହି ମାମଲାରେ ପ୍ରଶ୍ନପତ୍ର ଲିକ୍, ନିର୍ଦ୍ଦିଷ୍ଟ ପ୍ରଶ୍ନଗୁଡ଼ିକ ଉପରେ ସଂଗଠିତ କୋଚିଂ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବ୍ୟାପିଛି ।  ଜଣେ ଡିଏସପିଙ୍କ ନେତୃତ୍ବରେ ସିବିଆଇ ଟିମ୍ କେଳେଙ୍କାରୀର ତଦନ୍ତ କରୁଛନ୍ତି ।  ଏହି ଦୁର୍ନୀତିରେ ପ୍ରାୟ ୧,୦୦୦ କୋଟି ଟଙ୍କାର କାରବାର ହୋଇଥିବା କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    50 %
    1.8kmh
    0 %
    Sat
    28 °
    Sun
    28 °
    Mon
    28 °
    Tue
    27 °
    Wed
    26 °

    ସମ୍ବନ୍ଧିତ