Saturday, June 20, 2026
30.7 C
Odisha

    ଲଦାଖରେ ଭୂକମ୍ପ ଝଟକା, ତୀବ୍ରତା ୩.୯

    ଆଗକୁ ପଢନ୍ତୁ

    ଲଦାଖ : ଆଜି ସକାଳେ ଲଦାଖରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୩.୯ ଥିବା ଜଣାପଡିଛି । ଏହି ଭୂକମ୍ପ ସକାଳ ୮ଟା ୩୧ ମିନିଟରେ ହୋଇଥିବା ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଲେହ ନିକଟରେ ଥିବା NCS ପକ୍ଷରୁ ସୂଚନା ମିଳିଛି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

    ଲେହ-ଲଦାଖ ପ୍ରଶାସନ ଜନସାଧାରଣଙ୍କୁ ଶାନ୍ତ ରହିବାକୁ କହିଛନ୍ତି । ଏଥିସହିତ ଯଦି ପୁଣି ଭୂକମ୍ପ ଅନୁଭୂତ ହୁଏ ତେବେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିବେଦନ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ବିଶେଷ ଚେତାବନୀ ଜାରି କରାଯାଇନାହିଁ ।

    ଗତକାଲି ଜାପାନରେ ୬.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଉତ୍ତର ଜାପାନର ଇୱାଟେ ପ୍ରଦେଶ ଅନ୍ତର୍ଗତ ସାନ ରିକୁ ଉପକୂଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ପ୍ରଶାନ୍ତ ମହାସାଗର ମଧ୍ୟରେ ଇୱାଟେ ପ୍ରଦେଶର ୟାମାଦା ଠାରୁ ପ୍ରାୟ ୧୨୨ କିଲୋମିଟର ଦୂରରେ ଥିଲା । ଭୂକମ୍ପ ଝଟକା ଅନୁଭୂତ ହେବା ମାତ୍ରେ ଲୋକମାନେ ଆତଙ୍କିତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । ହେଲେ ଜାପାନରେ କୌଣସି ସୁନାମୀ ଚେତାବନୀ ଜାରି କରାଯାଇନଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.7 ° C
    30.7 °
    30.7 °
    59 %
    0.8kmh
    96 %
    Sat
    38 °
    Sun
    34 °
    Mon
    35 °
    Tue
    38 °
    Wed
    41 °

    ସମ୍ବନ୍ଧିତ