Saturday, March 21, 2026
26.1 C
Odisha

    ପୋଲ ଉପରେ ବିପଦ: ବାଉଁଶ ବତା ଭରସା, ଦେଖୁ ନାହାନ୍ତି ଜନପ୍ରତିନିଧି

    ଆଗକୁ ପଢନ୍ତୁ

    ବୈଶିଙ୍ଗା: ପୋଲ ଉପରେ ବିପଦ। ଚାଲିକି ଯିବାକୁ କିମ୍ବା ଯାନବାହନରେ ଯାତାୟାତ କରିବାକୁ ଡରୁଛନ୍ତି ଲୋକେ। ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ତଥା ପୂର୍ବବିଭାଗ ଅଧୀନ ବୈଶିଙ୍ଗା-ମାଣତ୍ରୀ ଏମଡିଆର-୭୦ ରାସ୍ତାର ନାଖରାଠାରେ ବୁଢାବଳଙ୍ଗ ନଦୀ ଉପରେ ୯୦ଦଶକରେ ନିର୍ମିତ ବ୍ରିଜ କ୍ରମଶଃ ଦୁର୍ବଳ ହେବା ସହିତ ପୋଲ ପାର୍ଶ୍ୱ ସୁରକ୍ଷାବାଡ ବିଭିନ୍ନ ସ୍ଥାନରେ ଭାଙ୍ଗି ନଦୀଗର୍ଭକୁ ଖସି ପଡିଥ‌ିବା ବେଳେ ଏହାର ସ୍ଥାୟୀ ମରାମତି ପରିବର୍ତ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ କେବଳ ବାଉଁଶ ବତା ବାନ୍ଧି ଥାଉମାର କରି ଦିଆଯାଇଛି l ସେହିଭଳି ପୋଲର ବିଭିନ୍ନ ସ୍ଥାନରେ କଂକ୍ରିଟ ଉଠିଯାଇ ଅବସ୍ଥା ଶୋଚନୀୟ ହୋଇଗଲାଣିl ବିଗତ ବାତ୍ୟା ପୂର୍ବରୁ ସୁରକ୍ଷାବାଡ଼ ଅଧିକାଂଶ ସ୍ଥାନରେ ସମ୍ପୂର୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ସୁରକ୍ଷାବାତର ମରାମତି ପରିବର୍ତ୍ତେ ବିଗତ ବନ୍ୟାବାତ୍ୟାର ୬ମାସ ପରେ ବି ବାଉଁଶ ବତା ବାନ୍ଧି ରଖାଯାଉଥିବାରୁ ଏହା ବଡ଼ଧରଣର ବିପଦକୁ ଏକପ୍ରକାର ଆମନ୍ତ୍ରଣ କରୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତିl

    ସମଗ୍ର ବେତନଟୀ ବଡ଼ସାହି ବ୍ଲକର ଲାଇଫ ଲାଇନ ହେଉଛି ଏହି ପୋଲl ବୈଶିଙ୍ଗା-ଉଦଳାକୁ ଯୋଗାଯୋଗ କରିବାରେ ପ୍ରମୁଖ ଭୂମିକା ରହିଛିl ପ୍ରତିଦିନ ହଜାର ହଜାର ଯାନବାହନ, ଭାରୀଯାନ ଏହି ପୋଲ ଦେଇ ଯାତାୟାତ କରୁଛିl ସେହିପରି ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠକୁ ଆସିବା ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଜିଲ୍ଲାର ବଡ଼ବଡ଼ ବାବୁ, ନେତା ମନ୍ତ୍ରୀ ଏହି ପୋଲ ଦେଇ ନିଜ ଦାମୀଗାଡ଼ିରେ ଯାତାୟାତ କରୁଛନ୍ତି। ହେଲେ ଏହି ପୋଲର ଅବ୍ୟବସ୍ଥା କେବେ ବି ସେମାନଙ୍କ ଆଖିରେ ପଡୁ ନାହିଁ।
    ପୂର୍ତ୍ତ ବିଭାଗ ପକ୍ଷରୁ ଠିକ ଭାବରେ ରକ୍ଷଣାବେକ୍ଷଣା ନହେବାରୁ ଏହି ବ୍ରିଜର ସୁରକ୍ଷାବାଡ କ୍ରମଶଃ ଦୁର୍ବଳ ହୋଇପଡ଼ିଛି। ରକ୍ଷଣାବେକ୍ଷଣ ଏବଂ ମରାମତି ଅଭାବରୁ ସୁରକ୍ଷାବାଡ଼ ଗୁଡ଼ିକରୁ କଂକ୍ରିଟ ଭାଙ୍ଗି ନଦୀଗର୍ଭରେ ଲୀନ ହେବା ସହିତ କେତେକ ସ୍ଥାନରେ ସୁରକ୍ଷାବାଡର ଚିହ୍ନବର୍ଣ୍ଣ ଉଡି ଯାଇଛି। ପୂର୍ତ୍ତ ବିଭାଗ ନୀରିକ୍ଷଣରେ ରହିଥ‌ିବା ଏହି ବ୍ରିଜର ସୁରକ୍ଷାବାଡ ମରାମତି କରିବା ବଦଳରେ ପୂର୍ତ୍ତବିଭାଗ କାଯ୍ୟାଳୟ ପକ୍ଷରୁ କେବଳ ବାଉଁଶ ବାନ୍ଧି ରଖି ଦିଆଯାଇଛି।

    ସେହିଭଳି ପୋଲ ଉପରୁ କଂକ୍ରିଟ ଉଠି ଯାଇ ଖାଲଖମାରେ ଭର୍ତ୍ତି ହୋଇଯାଇଥିବା ବେଳେ ତାହାକୁ ମରାମତି କରାନଯାଇ ତା ଉପରେ ଖାଲି ପିଚୁ ମଡ଼େଇ ଦିଆଯାଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଯେତିକି ଆଶ୍ଚର୍ଯ୍ୟଚକିତ ସେତିକି ଚିନ୍ତାପ୍ରକଟ ମଧ୍ୟ କରିଛନ୍ତିl

    ତେବେ ପୋଲ ଉପରେ କିମ୍ବା ସୁରକ୍ଷାବାଡ଼ ନଥିବା ସ୍ଥାନରେ ଯଦି କୌଣସି ସାଇକେଲ କିମ୍ବା ବାଇକ୍‌ ଚାଳକ ଭାରସାମ୍ୟ ହରାଇ ନଦୀଗର୍ଭକୁ ଖସିପଡନ୍ତି ତାହେଲେ ସେଥ‌ିପାଇଁ କିଏ ଦାୟୀ ରହିବ। ଏହିଭଳି ଅନେକ ପ୍ରଶ୍ନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ଯୁବଉଦ୍ୟୋଗୀ ଗଣେଶ୍ୱର ସାମଲl ଏନେଇ ପୂର୍ତ୍ତ ବି ଭାଗର ନିର୍ବାହୀଯନ୍ତ୍ରୀ ରୋହନ ଗୌରବ ରୟଙ୍କୁ ଯୋଗାଯୋଗ ଯୋଗ କରିବାରୁ ବର୍ଷାଦିନ ପରେ ଏହାର ମରାମତି ନେଇ ଆବଶ୍ୟକ ପ ପଦକ୍ଷେପ ଗ୍ରହଣ ଗ୍ରହଣ କରିବେବୋଲି ସୂଚନା ଦେଇଛନ୍ତିl

    ଚଳିତ ବର୍ଷ ଭଳି ଆଗାମୀ ବର୍ଷାଋତୁରେ ପୁଣି ଥରେ ବନ୍ୟାସ୍ଥିତିକୁ ନେଇ ନଦୀରେ ଜଳସ୍ତର ବୃଦ୍ଧି ପାଇଲେ ପୁଣି ଅଧିକାରୀମାନେ ସ୍ଥିତି ସମୀକ୍ଷା କରିବାକୁ ନାଖରାପୋଇ ଉପରକୁ ଆସିବେ ଏବଂ ସେମାନଙ୍କ ଗସ୍ତକୁ ଦେଖ୍ ସ୍ଥାନୀୟ ଶତାଧିକ ଲୋକ ମଧ୍ୟ ପୋଲଉପରେ ଏକଜୁଟ ହେବେl ଏଭଳି ସ୍ଥିତିରେ ସୁରକ୍ଷାବାଡ ନଥିବା ସ୍ଥାନରେ ଯଦି କୌଣସି ବ୍ୟକ୍ତି ନଦୀଗର୍ଭକୁ ଖସିପଡ଼ନ୍ତି ତାହେଲେ ପ୍ରଖୋର ସ୍ରୋତରେ ଭାସିଯାଇ ଜୀବନ ଯିବା ଏକପ୍ରକାର ଥୟ। ଏଭଳି ସମସ୍ୟାର ସମାଧାନ ତଥା ପୋଲଉପରେ ଦୈନିକ ଯାତାୟାତ କରୁଥିବା ହଜାର ହଜାର ସାଇକେଲ ଏବଂ ମୋଟରସାଇକେଲ ତଥା ପଥଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ୟାର ସମାଧାନ ସ୍ୱରୂପ ସୁରକ୍ଷ ରକ୍ଷାବାଡର ସ୍ଥାୟୀ ମରାମତି ନିତ୍ୟାନ୍ତ ଜରୁରୀ ହୋଇପଡିଛିl

    ତେବେ ଏନେଇ ଦାୟିତ୍ୱରେ ଥିବା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ମିଶ୍ରଙ୍କ କହିବା କଥା କି ତାଙ୍କ ତରଫରୁ ନାଖାରା ଠାରେ ବୁଢ଼ାବଳଙ୍ଗ ନଦୀ ଉପରେ ଏକ ସୁଉଚ ନୂତନ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ନିବେଦନ କରାଯାଇଛି l ସେହିପରି ଖୁବଶୀଘ୍ର ଭାଙ୍ଗିଯାଇଥିବା ସୁରକ୍ଷାବାଡ଼ର ମରାମତି କରାଯିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    39 %
    0.7kmh
    81 %
    Sat
    25 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ