Wednesday, March 11, 2026
32.7 C
Odisha

    ପ୍ରତିଦିନ ଖାଆନ୍ତୁ ମଖାନା ଓ କ୍ଷୀର, ମିଳିବ ଚମତ୍କାର ଫାଇଦା

    ଆଗକୁ ପଢନ୍ତୁ

    ସୁସ୍ଥ ଶରୀର ପାଇଁ କିଏ ବା ନଚାହେଁ । ସୁସ୍ଥ ଶରୀର ଗଠନ ପାଇଁ ଅନେକ ଲୋକ ବହୁତ କିଛି ପଦକ୍ଷେପ ନେଇଥାନ୍ତି ।  କିଏ ଖାଦ୍ୟକୁ ନେଇ ସଚେତନ ଥାଆନ୍ତି ତ ଆଉ ପୁଣି କିଏ ବ୍ୟାୟାମ କରନ୍ତି ଏବଂ ଜିମରେ ଜଏନ୍ କରିଥାନ୍ତି । ସୁସ୍ଥ ଶରୀର ପାଇଁ ଉପଯୁକ୍ତ ଏବଂ ଉତ୍ତମ ଖାଦ୍ୟର ଆବଶ୍ୟକତା ରହିଛି । ସେହିସବୁ ମଧ୍ୟରୁ ମଖାନା ହେଉଛି ଅନ୍ୟତମ ।

    ମଖାନାରେ ମିଳୁଥିବା ସମସ୍ତ ପୁଷ୍ଟିକର ଉପାଦାନ ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଅନେକ ସକରାତ୍ମକ ପ୍ରଭାବ ପକାଇଥାଏ । ଯଦି ଆପଣ ପ୍ରତିଦିନ ଏକ କପ୍ ମଖାନା ଖାଇବା ଆରମ୍ଭ କରନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଅନେକ ଲାଭ ପାଇପାରିବ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଶାରୀରିକ ଦୁର୍ବଳତାକୁ ଦୂର କରିବାରେ ମଖାନା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । କ୍ଷୀର ମଧ୍ୟ ଆମ ଶରୀର ପାଇଁ ଖୁବ୍ ଉପଯୋଗୀ ବୋଲି ଆମେ ଜାଣିଛେ । ଯେମିତି ମଖାନାରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫାଇବର, ପୋଟାସିୟମ୍, ଆଇରନ୍ ଏବଂ ଜିଙ୍କର ଏକ ଭଲ ଉତ୍ସ ଥାଏ ଠିକ୍ ସେହିପରି କ୍ଷୀରରେ ମଧ୍ୟ କ୍ୟାଲସିୟମ ଏବଂ ମିନେରାଲ୍ସ ଭଳି ଗୁଣ ରହିଥାଏ, ଯାହା ଶରୀରକୁ ଅନେକ ଲାଭ ଦେଇଥାଏ । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି, ମଖାନା ସହିତ କ୍ଷୀର ଖାଇବା ଦ୍ବାରା କେଉଁ ସବୁ ଲାଭ ମିଳିଥାଏ । ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

    ମଖାନା ଶରୀର ପାଇଁ କୌଣସି ବରଦାନ ଠାରୁ କମ୍‌ ନୁହେଁ । ଏଥିରେ ସୋଡିୟମ୍‌, କ୍ୟାଲୋରୀ ଏବଂ ଫ୍ୟାଟ ମାତ୍ରା କମ୍‌ ରହିଥାଏ । ମଖାନାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଏବଂ ପ୍ରୋଟିନ୍‌ ଭଳି ଗୁଣ ପ୍ରଚୁର ମାତ୍ରାରେ ରହିଥାଏ । କ୍ଷୀରରେ ମଖାନା ଫୁଟାଇ ଖାଇବା ଦ୍ୱାରା ଶରୀରରେ ଏନିମିୟାର ଅଭାବକୁ ଦୂର କରାଯାଇପାରେ ।  ଯେଉଁମାନଙ୍କ ଶରୀରରେ ରକ୍ତର ଅଭାବ ରହିଛି ସେମାନଙ୍କ ପାଇଁ ଏହା ଖୁବ୍ ଫଳପ୍ରଦ ହୋଇଥାଏ । କେବଳ ଏତିକି ନୁହେଁ ମଖାନା ଓ କ୍ଷୀର ସେବନ କରିବା ଦ୍ୱାରା ଏନର୍ଜିକୁ ମଧ୍ୟ ବୁଷ୍ଟ କରାଯାଇପାରିବ । ତାହେଲେ ଆସନ୍ତୁ ଜାଣିବା କ୍ଷୀର ଓ ମଖାନା ଫୁଟାଇ ଖାଇବା ଦ୍ୱାରା ଶରୀରକୁ କଣ କଣ ସବୁ ଫାଇଦା ମିଳିଥାଏ ।

    ହାର୍ଟ : କ୍ଷୀର ଓ ମଖାନା ଫୁଟାଇ ଖାଇବା ଦ୍ୱାରା ହାର୍ଟ ହେଲ୍ଦି ରହିଥାଏ । ମଖାନାରେ ଆଲ୍କାଲାଇଡ ନାମକ ତତ୍ତ୍ୱ ରହିଥାଏ । ଏଥିରେ କିଛି ଖାସ୍‌ ପୋଷକ ତତ୍ତ୍ୱ ମିଳିଥାଏ ଯାହା ହୃଦ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିପାରିବ । ଏଥିସହିତ ଅଧିକ ଚିନ୍ତାରେ ରହୁଥିଲେ ମଖାନା ସେବନ କରିବା ଉଚିତ୍‌ । ରାତିରେ ଶୋଇବା ପୂର୍ବରୁ କ୍ଷୀର ଓ ମଖାନା ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଯାହା ଦ୍ୱାରା ଅଧିକ ଚିନ୍ତାକୁ ଦୂର କରାଯାଇପାରିବ ।

    ଗ୍ୟାସ୍ ସମସ୍ୟା : ମଖାନାରେ ବହୁତ ମାତ୍ରାରେ ଫାଇବର ଗୁଣ ମିଳିଥାଏ । ଏଥିରେ କେବଳ ଫାଇବର ନୁହେଁ ବରଂ କ୍ୟାଲସିୟମ୍‌ର ତତ୍ତ୍ୱ ମଧ୍ୟ ମିଳିଥାଏ । ଯାହା ପେଟ ଗ୍ୟାସ୍‌ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

    ଆଣ୍ଠୁ ଗଣ୍ଠି : କ୍ଷୀର ଓ ମଖାନାରୁ ପ୍ରଚୁର ମାତ୍ରାର କ୍ୟାଲସିୟମ୍‌ ମିଳିଥାଏ । ଏହି ଦୁଇଟିକୁ ମିଶାଇ ଖାଇବା ଦ୍ୱାରା ଦୁର୍ବଳ ହୋଇଯାଇଥିବା ଆଣ୍ଠୁ ଗଣ୍ଠିକୁ ମଜବୁତ କରିଥାଏ । ତେଣୁ ଆପଣଙ୍କ ଖାଇବା ଲିଷ୍ଟରେ ମଖାନା ଏବଂ କ୍ଷୀରକୁ ସାମିଲ କରିପାରିବେ ।

    ଏନର୍ଜି : ଯଦି ଆପଣ ଦୁର୍ବଳତା ଏବଂ ଏନର୍ଜିର ଅଭାବ ଅନୁଭବ କରୁଛନ୍ତି, ତେବେ କ୍ଷୀର ଓ ମଖାନା ଖାଇ ପାରିବେ । ମଖାନା ଓ କ୍ଷୀରରେ ପ୍ରୋଟିନ୍‌ ଏବଂ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ । ଯାହା ଶରୀରକୁ ଶକ୍ତି ଯୋଗାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.7 ° C
    32.7 °
    32.7 °
    22 %
    2kmh
    0 %
    Wed
    37 °
    Thu
    37 °
    Fri
    39 °
    Sat
    40 °
    Sun
    38 °

    ସମ୍ବନ୍ଧିତ