Saturday, March 21, 2026
27.7 C
Odisha

    ପ୍ରତ୍ୟକ ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ, ନଲେଖିଲେ ଦିନକୁ ୫୦୦ ଟଙ୍କା ଜରିମାନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ପ୍ରତ୍ୟକ ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ଓଡ଼ିଆରେ ନାମଫଳକ ରହିବ । ବର୍ତମାନ ଏହା ଲେଖିବା ବାଧ୍ୟତାମୂଳକ ହୋଇଛି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି ଲେଖିଛନ୍ତି ।ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଚିଠିରେ ଲେଖା ହୋଇଛି ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକର ଅଧୀନରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ନିଜନିଜ ପ୍ରକାଶ ଫଳକରେ ଓଡ଼ିଆ ଭାଷା ଲିପିକୁ ପ୍ରାଧାନ୍ୟ ‌ଦେବାକୁ ନିଶ୍ଚିତ କରିବେ ।  ଏହାସହ ନାମଫଳକର ୬୦ ପ୍ରତିଶତ ଓଡ଼ିଆ ଲେଖା ରହିବ ।

    ରାଜ୍ୟ ସରକାରଙ୍କ ନିୟମ ପାଳନ କରୁଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଟ୍ରେଡ ଲାଇସେନ୍ସ ନବୀକରଣ ସମୟରେ ଦେୟର ୫ପ୍ରତିଶତ ରିହାତି ପ୍ରଦାନ କରାଯିବ ।  ନାମଫଳକ ସଂଶୋଧନ ପାଇଁ ୫୫ ଦିନର ସମୟ ଦିଆଯିବ। ଓଡ଼ିଆରେ ନାମଫଳକ ନଲେଖିଲେ ଦିନକୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.7 ° C
    27.7 °
    27.7 °
    35 %
    0.9kmh
    21 %
    Sat
    28 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ