Friday, April 3, 2026
27 C
Odisha

    ପ୍ରତ୍ୟର୍ପଣ ରୋକିଲେ ସୁପ୍ରିମ୍‌କୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ରହୁଥିବା ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ି ପାକିସ୍ତାନ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ଏହି କ୍ରମରେ ଜଣେ ପିଓକେ ଜନ୍ମିତ ବ୍ୟକ୍ତିଙ୍କ ନିକଟରେ ଭାରତୀୟ ପାସପୋର୍ଟ, ଆଧାର କାର୍ଡ ଏବଂ ଭୋଟର ଆଇଡି ଥିଲେ ସୁଦ୍ଧା ତାଙ୍କ ପରିବାର ସଦସ୍ୟଙ୍କୁ ଭାରତ ଛାଡ଼ିବାକୁ କୁହାଯାଇଛି। ତେବେ ସମ୍ପୃକ୍ତ ବ୍ୟକ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଆଜି ସୁପ୍ରିମ୍‌କୋର୍ଟ ଆଶ୍ବସ୍ତି ପ୍ରଦାନ କରି ତାଙ୍କ ପ୍ରତ୍ୟର୍ପଣ ଉପରେ ରୋକ୍‌ ଲଗାଇ ଦେଇଛନ୍ତି। ଆବେଦନକାରୀଙ୍କ ନାଁ ଅହମଦ ତାରିକ। ସେ ବେଙ୍ଗାଲୁରୁରେ ରହନ୍ତି। କିନ୍ତୁ ସେ ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର)ରେ ଜନ୍ମ ହୋଇଛନ୍ତି।କୋର୍ଟରେ ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ‌ଯେ  ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ବଳପୂର୍ବକ ଅଟ୍ଟାରି ୱାଘା ସୀମା ନିଆଯାଇଛି। ସେମାନେ ଭାରତୀୟ ନାଗରିକ ହୋଇଥିଲେ ସୁଦ୍ଧା ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଅହମଦ ତାରିକ କହିଛନ୍ତି, ଭାରତୀୟ କାଗଜପତ୍ର ଥାଇ ସୁଦ୍ଧା ସେମାନଙ୍କୁ ସୀମାରେ ଅଟକ ରଖାଯାଇଛି। ସେ କହିଛନ୍ତି, ଆମ ପରିବାରରେ ମୋଟ୍‌ ୬ ଜଣ ସଦସ୍ୟ। ୨ ଭାଇ ବେଙ୍ଗାଲୁରୁରେ କାମ କରନ୍ତି ଏବଂ ଆମ ବାପା ମା’, ଭଉଣୀ ଏବଂ ଅନ୍ୟ ଜଣେ ଭାଇ ଶ୍ରୀନଗରରେ ରହନ୍ତି।  ଅହମଦ ତାରିକ୍‌ଙ୍କ ବାପା ପିଓକେ ମୀରପୁରର। ଅନ୍ୟପକ୍ଷେ ତାଙ୍କ ମା’ ଶ୍ରୀନଗରର। ତାରିକ କହିଛନ୍ତି, ସେ ପାକିସ୍ତାନରେ ଜନ୍ମ ‌ହୋଇନାହାନ୍ତି କି ସେ ପାକିସ୍ତାନୀ ନାଗରିକ ନୁହନ୍ତି।  ଉଲ୍ଲେଖଯୋଗ୍ୟ ଯେ ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଏନ୍‌ କୋଟିଶ୍ବର ସିଂହଙ୍କ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ହୋଇଥିଲା।  ଖଣ୍ଡପୀଠ ଆବେଦନକାରୀଙ୍କ ପରିଚୟପତ୍ର ଯାଞ୍ଚ କରିବାପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ