ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଟିଲେ ସାଉଥ୍ ସୁପରଷ୍ଟାର୍ ରାମ ଚରଣ ଏବଂ ତାଙ୍କ ପତ୍ନୀ ଉପାସନା କାମିନେନି । ଉଭୟେ ବିଶେଷ କାରଣ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ତୀରନ୍ଦାଜୀକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଅଭିନେତା ରାମଚରଣ ଏବଂ ତାଙ୍କ ପତ୍ନୀ ମୋଦିଙ୍କ ସହ ଏକ ଫଟୋକୁ ସେୟାର କରି Xରେ ଲେଖିଛନ୍ତି ଯେ, ମୋଦିଙ୍କୁ ଭେଟି ସେ ନିଜକୁ ସମ୍ମାନିତ ଅନୁଭବ କରୁଛନ୍ତି । ଏହି ସାକ୍ଷାତ ଅନିଲ କାମିନେନି ଗାରୁଙ୍କ ନେତୃତ୍ୱରେ ବିଶ୍ୱର ପ୍ରଥମ ତୀରନ୍ଦାଜ ପ୍ରିମିୟର ଲିଗର ସଫଳତା ଅବସରରେ ହୋଇଥିଲା । ଆହୁରି ମଧ୍ୟ ଯେ କହିଥିଲେ ଯେ ଧନୁର୍ବିଦ୍ୟାର ଐତିହ୍ୟକୁ ସାରା ବିଶ୍ବରେ ପ୍ରୋତ୍ସାହିତ କରିବା ତାଙ୍କର ଗୋଟିଏ ଛୋଟ ପ୍ରୟାସ । ଏଥିସହ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ଖେଳରେ ଅଧିକାଂଶ ଲୋକ ସାମିଲ ହେବେ ବୋଲି ସେ ଆଶାବାଦୀ ଅଛନ୍ତି ।
ଏହାରି ମଧ୍ୟରେ ଉପାସନା ତାଙ୍କ ପିତା ଏବଂ ରାମ ଚରଣଙ୍କୁ ଅଭିନନ୍ଦନ ଜଣାଇଥିଲେ । ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ଖେଳ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଏହାକୁ ବାସ୍ତବରେ ପରିଣତ କରିବ । ଏହା ସହିତ ସେ ମୋଦିଙ୍କର ଜଣେ ପ୍ରଶଂସକ ବୋଲି ମଧ୍ୟ କହିଥିଲେ ।
ଯଦି ରାମଚରଣଙ୍କ ଫିଲ୍ମ କ୍ୟାରିଅର ସମ୍ପର୍କରେ କୁହାଯାଏ ତେବେ ସେ ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ଧରି କାମ କରି ଆସୁଛନ୍ତି । ସେ ପୁଣି ’ପେଡ୍ଡି’ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଏବେ ଫ୍ୟାନ୍ସ ଏହି ଫିଲ୍ମ ଅପେକ୍ଷାରେ ରହିଛନ୍ତି ।