Thursday, April 2, 2026
26.4 C
Odisha

    ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ୍‌ କଟକଣା

    ଆଗକୁ ପଢନ୍ତୁ

    ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ଆସୁଛନ୍ତି। ଏଥିପାଇଁ ରାଜଧାନୀରେ ବିପୁଳ ଜନସମାଗମ ହେବାର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ସୋମବାର ଯାତାୟାତ କଟକଣା ଜାରି ହୋଇଛି। ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏ ଏହା ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି।

    କଟକ ପାର୍ଶ୍ୱରୁ ଆସୁଥିବା ବସ୍‌ଗୁଡିକ ରସୁଲଗଡ ରେଲୱେ ଓଭରବ୍ରିଜ୍‌ ଠାରୁ ସର୍ଭିସ୍‌ ରୋଡରେ ଆସି ବାଣୀବିହାର ଛକ-ଆଚ୍ଚାର୍ଯ୍ୟ ବିହାର ଛକରୁ ଆପୋଲ ହସ୍ପିଟାଲ-ସୈନିକ ସ୍କୁଲ ରାସ୍ତା-ପ୍ରେସ୍‌ ଛକ-ନାଲୋକ ଛକ-ସର୍ଭେ ଅଫ୍‌ ଇଣ୍ଡିଆ ଲେନ୍‌ରେ ଯାତ୍ରୀମାନଙ୍କୁ ଓହ୍ଲାଇ ନିର୍ଦ୍ଦେରିତ ପାର୍କିଂସ୍ଥଳରେ ପାର୍କିଂ କରିବେ। ସେହିପରି ଖୋର୍ଦ୍ଧା ପାର୍ଶ୍ୱରୁ ଆସୁଥିବା ବସ୍‌ଗୁଡିକ ଜୟଦେବବିହାର ଫ୍ଲାଏ ଓଭରବ୍ରିଜ୍‌ ଅତିକ୍ରମ କରିବା ପରେ ସର୍ଭିସ୍‌ ରୋଡରେ ଆଚ୍ଚାର୍ଯ୍ୟବିହାର ଛକରୁ ଆପୋଲୋ ହସ୍ପିଟାଲ-ସୈନିକ ସ୍କୁଲ ରାସ୍ତା-ପ୍ରେସ ଛକ- ନାଲକୋ ଛକ-ସର୍ଭେ ଅଫ୍‌ ଇଣ୍ଡିଆ ଲେନ୍‌ରେ ଯାତ୍ରୀମାନଙ୍କୁ ଓହ୍ଲାଇବ।
    ନନ୍ଦନକାନନ ପାର୍ଶ୍ୱରୁ ଆସୁଥିବା ବସ୍‌ଗୁଡିକ ଓମଫେଡ୍‌ ଛକ -ନାଲକୋ ଛକ-ସର୍ଭେ ଅଫ୍‌ ଇଣ୍ଡିଆ ଲେନ୍‌ରେ ଯାତ୍ରୀମାନଙ୍କୁ ଓହ୍ଲାଇବ। କଟକ ପାର୍ଶ୍ୱରୁ ଆସୁଥିବା ଚାରିଚକିଆ ଓ ଦୁଇଚକିଆ ଯାନଗୁଡିକ ରସୁଲଗଡ ରେଲୱେ ଓଭରବ୍ରିଜ୍‌ ଠାରୁ ସର୍ଭିସ୍‌ ରୋଡରେ ଆସି ବାଣୀବିହାର ଛକ-ଆଚ୍ଚାର୍ଯ୍ୟ ବିହାର ଛକରୁ ଆପୋଲ ହସ୍ପିଟାଲ-ସୈନିକ ସ୍କୁଲ ରାସ୍ତା-ପ୍ରେସ୍‌ ଛକ- ନାଲୋକ ଛକ-ଆର୍‌.ସି.ଏମ୍‌. କଟ୍‌ରୁ ଓ.ଏସ୍‌.ଏ.ପି. ୭ମ ବାଟାଲିୟନ୍‌ ପଡିଆରେ ଯାତ୍ରୀମାନଙ୍କୁ ଓହ୍ଲାଇବ। ଖୋର୍ଦ୍ଧା ଆଡୁ ଆସୁଥିବା ଚାରିଚକିଆ ଓ ଦୁଇଚକିଆ ଯାନଗୁଡିକ ଜୟଦେବ ବିହାର ଫ୍ଲାଏଓଭର ବ୍ରିଜ୍‌ ଅତିକ୍ରମ କରିବା ପରେ ସର୍ଭିସ୍‌ ରୋଡରେ ଆସି ଆଚ୍ଚାର୍ଯ୍ୟବିହାର ଛକରୁ ଆପୋଲୋ ହସ୍ପିଟାଲ-ସୈନିକ ସ୍କୁଲ ରାସ୍ତା-ପ୍ରେସ ଛକ- ନାଲକୋ ଛକ-ଆର୍‌.ସି.ଏମ୍‌ କଟ୍‌ରୁ ଓ.ଏସ୍‌.ଏ.ପି ଓ.ଏସ୍‌.ଏ.ପି. ୭ମ ବାଟାଲିୟନ୍‌ ପଡିଆରେ ଯାତ୍ରୀମାନଙ୍କୁ ଓହ୍ଲାଇବ। ନନ୍ଦନକାନନ ଆଡୁ ଆସୁଥିବା ଚାରିଚକିଆ ଯାନଗୁଡିକ ନାଲକୋ ଛକ-ସର୍ଭେ ଅଫ୍‌ ଇଣ୍ଡିଆ ଲେନ୍‌ରେ ଯାତ୍ରୀମାନଙ୍କୁ ଓହ୍ଲାଇବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    49 %
    2.1kmh
    0 %
    Wed
    27 °
    Thu
    40 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ