Monday, August 24, 2026
23.9 C
Odisha

    ପ୍ରବାସୀ ଶ୍ରମିକଙ୍କୁ ମାଡ଼ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ, ୫ ଗିରଫ

    ଆଗକୁ ପଢନ୍ତୁ

    ସମ୍ବଲପୁର : ସମ୍ବଲପୁରରେ କେରଳର ପ୍ରବାସୀ ଶ୍ରମିକଙ୍କୁ ମାଡ଼ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଶିବ ଗଣ୍ଡ , ପୃଥ୍ଵୀ ନାଗ ,ସୁଶାନ୍ତ ସୁନା ,ସଚିନ୍ଦ୍ର ପାଣ୍ଡେ , ଓ ସରୋଜ ମେହେର । ଗତ ୨୧ ତାରିଖରେ ପିଲାଚୋର ସନ୍ଦେହରେ କେରଳର ବିଷ୍ଣୁ କୈସଙ୍କୁ କିଛି ଲୋକ ଆକ୍ରମଣ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଲୋକଙ୍କ ଆକ୍ରୋଶରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଅଣଓଡ଼ିଆ ଯୁବକ । ସ୍ଥାନୀୟ ଭାଷା ବୁଝି ନ ପାରିବାରୁ ରୋଜଗାର ସନ୍ଧାନରେ ଆସିଥିବା ବିଷ୍ଣୁ କୈସଙ୍କୁ ଲୋକେ ଘେରିଯାଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାରେ ୩ ଜଣ ଅଟକ ଥିଲେ । ସ୍ଥାନୀୟ ଭାଷା ବୁଝିପାରୁ ନଥିବାରୁ ସେ ଲୋକଙ୍କ ସନ୍ଦେହର ଶିକାର ହୋଇଥିଲେ । ଖବର ପାଇ ପୋଲିସ ତୁରନ୍ତ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ଘଟଣାର ତଦନ୍ତ ପରେ ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    97 %
    1.6kmh
    100 %
    Mon
    27 °
    Tue
    28 °
    Wed
    28 °
    Thu
    26 °
    Fri
    29 °

    ସମ୍ବନ୍ଧିତ