Tuesday, June 23, 2026
31.6 C
Odisha

    ଚଳିତବର୍ଷ ରଥଯାତ୍ରା ଜଗିବେ ୨୦୦ ପ୍ଲାଟୁନ ଫୋର୍ସ, ସିସିଟିଭି ନଜରରେ ରହିବ ସହର

    ଆଗକୁ ପଢନ୍ତୁ

    ପୁରୀ : ଚଳିତବର୍ଷ ରଥଯାତ୍ରା ଜଗିବେ ୨୦୦ ପ୍ଲାଟୁନ ଫୋର୍ସ । ସିସିଟିଭି ନଜରରେ ରହିବ ପୁରୀ ସହର । ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଅନୁଷ୍ଠିତ ଦ୍ବିତୀୟ ସମନ୍ବୟ ବୈଠକରେ ନିଷ୍ପତ୍ତି । ବୈଠକରେ ରଥ ନିର୍ମାଣ,ସ୍ଵାସ୍ଥ୍ୟ ଓ ପରିମଳ,ବିଦ୍ୟୁତ୍ ଯୋଗାଣ,ପାନୀୟ ଜଳ ଯୋଗାଣ ସୁରକ୍ଷା,ପରିବହନ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ,ସ୍ୱେରେଜ୍ ଓ ଡ୍ରେନେଜ ବ୍ୟବସ୍ଥା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ରଥ ନିର୍ମାଣ କମିଟି ଗଠନ କରାଯାଇଛି । ରଥ ଟଣା ଓ ପହଣ୍ଡିକୁ ଅଧିକ ଗୁରୁତ୍ଵ ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ।

    ସେହିପରି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଚଳିତ ବର୍ଷ ଅନେକ ପଦକ୍ଷେପ ନିଆଯାଇଛି । ରଥଯାତ୍ରା ସମୟରେ ୨୦୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା ହେବ । ସହରର ବିଭିନ୍ନ ସ୍ଥାନରେ ହେବ ୩୦ଟି ଆଶୁ ଆରୋଗ୍ୟ କେନ୍ଦ୍ର । ଗହଳି ଓ ସମ୍ବେଦନଶୀଳ ସ୍ଥାନରେ ରାପିଡ ରେସ୍ପନ୍ସ ଟିମ୍ କାମ କରିବ । ୨୩୦ ଡାକ୍ତରଙ୍କ ସହ ସ୍ପେଶିଆଲିଷ୍ଟ ଡାକ୍ତର ମଧ୍ୟ ଆସିବେ । ପୁରୀରେ ସ୍ଥାୟୀ ବର୍ଣ୍ଣ ଓ କ୍ୟାଥୋଲାବ ହେବ । ବର୍ଷା ଜଳ ନିଷ୍କାସନ ପାଇଁ ମଧ୍ୟ ଉଚ୍ଚ କ୍ଷମତା ସମ୍ପନ୍ନ ପାୱାର ପମ୍ପ ରଖାଯିବ । ଦେବସ୍ନାନପୂର୍ଣ୍ଣମୀରେ ମୋଟ ୧୬୦୦ ଟି ଅସ୍ଥାୟୀ ଶୌଚାଳୟ ହେବ। ୨୩ ଟି ସ୍ଥାନରେ ହେବ ଅସ୍ଥାୟୀ ପାର୍କିଂ । ମୋଟ ୪୭୫ ଟି ସିସିଟିଭି କ୍ୟାମେରା ଲାଗିବ। ଜନଗହଳି ନିୟନ୍ତ୍ରଣ ପାଇଁ ୨୮ଟି ଜରୁରୀକାଳିନ ପ୍ରସ୍ଥାନ ପଏଣ୍ଟ ରହିବ ।

    ସହରର ବିଭିନ୍ନ ସ୍ଥାନରେ ୬୫ଟି ଡିସପ୍ଲେ ଲାଗିବ । ଆମ୍ବୁଲାନ୍ସ ଗ୍ରୀନ କରିଡ଼ର କରାଯିବ । ସହରର ସୁରକ୍ଷା ପାଇଁ ଏନଏସଜି ସହ ସ୍ଵତନ୍ତ୍ର ଟାକ୍ଟିକାଲ ୟୁନିଟ ମୁତୟନ ରହିବେ । ଯାତ୍ରୀଙ୍କ ସହାୟତା ପାଇଁ ସହାୟତା ଆପ କାର୍ଯ୍ୟକାରୀ ହେବ । ଯାତ୍ରୀଙ୍କ ସମାଗମକୁ ଦୃଷ୍ଟିରେ ରଖି ୧୩୦ଟି ସ୍ଵତନ୍ତ୍ର ବସ ଗଡ଼ିବ । ରେଳ ବିଭାଗ ପକ୍ଷରୁ ୩୭୦ଟି ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ରେଗୁଲାର ଓ ସ୍ଵତନ୍ତ୍ର ଟ୍ରେନ୍ କୁ ମିଶାଇ ମୋଟ ୧୨୦୦ ଟ୍ରେନ୍ ଚଳାଚଳ କରିବ । ୨୫୦୦୦ ଯାତ୍ରୀଙ୍କ ପାଇଁ ରେଳଷ୍ଟେସନ ପାଖରେ ହୋଲ୍ଡିଂ ଏରିଆ କରାଯାଉଛି । ୩୫ ଟି ଅତିରିକ୍ତ ଟିକେଟ କାଉଣ୍ଟର ଏବଂ ୧୨ଟି ଏଟିଭିଏମ କାର୍ଯ୍ୟ କରିବ ।  ୮୦୦ ଆରପିଏଫଙ୍କ ସହ ୧୫୦୦ ଜିଆରପି ମୁତୟନ ହେବେ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.6 ° C
    31.6 °
    31.6 °
    49 %
    1.7kmh
    58 %
    Tue
    29 °
    Wed
    35 °
    Thu
    37 °
    Fri
    31 °
    Sat
    38 °

    ସମ୍ବନ୍ଧିତ