Thursday, October 2, 2025
24.4 C
Odisha

    ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରାରେ ଅଘଟଣ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଗତକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ବାହୁଡ଼ାଯାତ୍ରାରେ ଘଟିଛି ବଡ଼ ଅଘଟଣ । ବାହୁଡ଼ା ଯାତ୍ରାରେ ବାଘୁଆ ମହୁମାଛିଙ୍କ ଆତଙ୍କ ଦେଖିବାକୁ ମିଳିଥିଲା । ରାମେଶ୍ୱର ମନ୍ଦିରରେ ବାହୁଡ଼ା ନୀତି ପାଇଁ ସେବାୟତ ପ୍ରସ୍ତୁତ ହେଉଥିବାବେଳେ ପରିସରରେ ଥିବା ଓସ୍ତଗଛ ମହୁ ଫେଣାକୁ କେହି ଟେକା ମାରି ଦେଇଥିଲା ।ଯାହାଫଳରେ ହଜାର ହଜାର ସଂଖ୍ୟାରେ ମହୁମାଛି ଫେଣାରୁ ବାହାରି ଆସିଥିଲେ । ସେଠାରେ ଉପସ୍ଥିତ ଲୋକଙ୍କୁ ଦଂଶନ କରିଥିଲେ । ମହୁମାଛିଙ୍କ ଆକ୍ରମଣକୁ ବରଦାସ୍ତ ନ କରିପାରି ସେବାୟତମାନେ ଠାକୁରଙ୍କ ନୀତିକୁ ଅଧାରେ ଛାଡ଼ି ପ୍ରାଣ ବିକଳରେ ଦୌଡ଼ିଥିଲେ ।

    ଡ୍ୟୁଟିରେ ଥିବା ପୋଲିସ ଓ ଦର୍ଶନ କରିବାକୁ ଆସିଥିବା ଭକ୍ତ ସମସ୍ତେ ମହୁମାଛିର ଶିକାର ହୋଇଥିଲେ । ମହୁମାଛି ଭୟରେ ମାତ୍ର ୫ ମିନିଟରେ ମନ୍ଦିର ବେଢ଼ା ଶୂନ୍ୟ ହୋଇଯାଇଥିଲା ।ମହୁମାଛିଙ୍କ ଆତଙ୍କ ପାଇଁ ବାହୁଡ଼ା ନୀତିରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ନୀତିରେ ପ୍ରାୟ ୧ ଘଣ୍ଟା ବିଳମ୍ବ ହୋଇଥିଲା । ଅନ୍ୟପଟେ ମହୁମାଛି ଆକ୍ରମଣରେ ୫୦ରୁ ଅଧିକ ଜଣ ଆହତ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    99 %
    3kmh
    100 %
    Thu
    24 °
    Fri
    27 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ