Monday, March 23, 2026
22 C
Odisha

    ପ୍ରିମିୟମ୍ Valour Watch 1R ଲଞ୍ଚ କରିଛି Boat, ଥରେ ଚାର୍ଜ କଲେ ଚାଲିବ ୧୦ ଦିନ

    ଆଗକୁ ପଢନ୍ତୁ

    ଆଜିକାଲି ସ୍ମାର୍ଟଫୋନ୍ ସହିତ ସ୍ମାର୍ଟୱାଚ୍ ପିନ୍ଧିବାର ଟ୍ରେଣ୍ଡ ବହୁତ ବୃଦ୍ଧି ପାଇଛି । ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ସ୍ମାର୍ଟୱାଚ୍ କେବଳ ସମୟ ବିଷୟରେ କହେନାହିଁ ବରଂ ଏହାର ଅନେକ ଫିଚର୍ସ ଏବଂ ସୁବିଧା ମଧ୍ୟ ଅଛି । ଏହି ଫିଚର୍ସଗୁଡିକ ହେତୁ ସ୍ମାର୍ଟୱାଚ୍ ଆଜିର ଯୁଗରେ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇପାରିଛି । ଜୀବନକୁ ସହଜ କରିବା ଠାରୁ ଆରମ୍ଭ କରି ଜୀବନ ବଞ୍ଚାଇବା ପର୍ଯ୍ୟନ୍ତ ଆଜିକାଲି ସ୍ମାର୍ଟୱାଚ୍ ସବୁକିଛିରେ ଉପଯୋଗୀ । ସ୍ମାର୍ଟୱାଚ୍ ବ୍ଲଡ଼ପ୍ରେସର୍ ଏବଂ ହାର୍ଟରେଟ୍ ଇତ୍ୟାଦି ଉପରେ ନଜର ରଖିଥାଏ ଏବଂ ବେଳେବେଳେ ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ଆଲର୍ଟ ମଧ୍ୟ କରିଥାଏ, ଯାହା ଦ୍ୱାରା ସେମାନେ ଠିକ୍ ସମୟରେ ଚିକିତ୍ସା କରିପାରନ୍ତି ।

    ଲୋକଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ବୋଟ୍ ନିଜର ପ୍ରିମିୟମ୍ Valour Watch 1R ଲଞ୍ଚ କରିଛି । ଏଥିରେ ବଢ଼ିଆ ଫିଟନେସ୍ ଟ୍ରାକିଂ ଫିଚର୍ସ ସହ ସ୍ମାର୍ଟ ହେଲ୍ଥ ଇନସାଇଟ୍ସ ଦିଆଯାଇଛି। ଘଣ୍ଟାରେ ୧.୪୩-ଇଞ୍ଚର AMOLED ଡିସପ୍ଲେ, ରହିଛି । ଏଥିରେ ଆଲୁମିନିୟମ୍ ବିଲ୍ଡ ଏବଂ ହେଲ୍ଥ ମନିଟରିଂ ପାଇଁ ଏକ AI-ବେସଡ୍ କୋଚିଂ ସିଷ୍ଟମ୍ ରହିଛି । ଏହା 700 ରୁ ଅଧିକ ସ୍ପୋର୍ଟସ୍ ମୋଡକୁ ସପୋର୍ଟ କରେ । ଏଥିରେ VO2 ମ୍ୟାକ୍ସ ଏବଂ ହାର୍ଟ ରେଟ୍ ଭେରିଆବିଲିଟି ସହ ଆଡଭାନ୍ସ ହେଲ୍ଥ ଟ୍ରାକିଂ ମେଟ୍ରିକ୍ସ ଦିଆଯାଇଛି । କମ୍ପାନୀ ଦାବି କରିଛି ଯେ ଘଣ୍ଟାକୁ ଥରେ ଚାର୍ଜ କଲେ ୧୦ ଦିନ ପର୍ଯ୍ୟନ୍ତ ଚାଲିପାରିବ ।

    ୪,୪୯୯ ଟଙ୍କାରୁ ଆରମ୍ଭ ହେଉଛି ଏହି ସ୍ମାର୍ଟୱାଚ୍ । ଏହି ଘଣ୍ଟା ଅବ୍ସିଡିଆନ୍ ବ୍ଲାକ୍, ଇମ୍ପେରିଆଲ୍ ଲେଦର, ଓକ୍ ଲେଦର ଏବଂ ଷ୍ଟିଲ୍ ବ୍ଲାକ୍ ଫିନିଶ୍ ରେ ମିଳିଯିବ । ଏହାକୁ Amazon, Flipkart, ଅଫିସିଆଲ ୱେବସାଇଟ୍ ଏବଂ ରିଟେଲ୍ ଷ୍ଟୋର ଗୁଡ଼ିକରୁ କିଣାଯାଇପାରିବ ।

    ଘଣ୍ଟାରେ ୧.୪୩ଇଞ୍ଚର 3D AMOLED ଡିସପ୍ଲେ ରହିଛି, ଯାହାର ପିକ୍ ବ୍ରାଇଟନେସ୍ ୧୦୦୦ ନିଟ୍ସ ରହିଛି । ଭଲ ଭିଜୁଆଲ ଡେପ୍ଥ ପାଇଁ ଏଥିରେ କର୍ଭଡ୍ ଗ୍ଲାସ୍ ଡିଜାଇନ୍ ରହିଛି । ଏହି ଘଣ୍ଟା ୧୦୦ରୁ ଅଧିକ କ୍ଲାଉଡ୍-ୱାଚ୍ ଫେସକୁ ସପୋର୍ଟ କରେ । ଏହି ସ୍ମାର୍ଟୱାଚ୍ X2 ପ୍ରୋସେସର୍ ସହ ଆସେ, ଯାହା ହାଇ ଆକ୍ୟୁରେସି ଆଲଗୋରିଦମ ଫିଚର ସହ ଲ୍ୟାସ୍ ହୋଇଛି ।

    ଘଣ୍ଟାରେ ଏକ AI କୋଚ୍ ସାମିଲ ଯାହା ଆପଣଙ୍କ ଆକ୍ଟିଭିଟିକୁ ଚିହ୍ନଟ କରେ ଏବଂ ଗାଇଡେନ୍ସ ଦିଏ । ଏଥିରେ ଏକ AI-ହେଲ୍ଥ ମନିଟରିଂ ସିଷ୍ଟମ୍ ରହିଛି । ହାର୍ଟ ରେଟ୍, SpO2 ଲେବଲ୍ସ, ଚାପ ଏବଂ ନିଦ୍ରା ଉପରେ ନଜର ରଖେ ଏହି ଘଣ୍ଟା । କନେକ୍ଟିଭିଟି ବିଷୟରେ କହିବାକୁ ଗଲେ, ଏହି ଡିଭାଇସ୍ ବ୍ଲୁଟୁଥ୍ ଭର୍ସନ 5.3କୁ ସପୋର୍ଟ କରେ। ଏଥିରେ ୩୦୦ mAh ବ୍ୟାଟେରୀ ରହିଛି, ଯାହା ୭ରୁ ୧୦ ଦିନର ବ୍ୟାଟେରୀ ଲାଇଫ୍ ଦିଏ । ଏହା ମ୍ୟାଗ୍ନେଟିକ୍ ଚାର୍ଜିଂକୁ ସପୋର୍ଟ କରେ । ଏହା ଫୁଲ୍ ଚାର୍ଜ ହେବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ନିଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    34 %
    1.4kmh
    1 %
    Sun
    22 °
    Mon
    33 °
    Tue
    36 °
    Wed
    38 °
    Thu
    39 °

    ସମ୍ବନ୍ଧିତ