Saturday, May 16, 2026
41.1 C
Odisha

    ପ୍ରେମାନନ୍ଦ ଜୀଙ୍କୁ ଦର୍ଶନ କଲେ ଚର୍ଚ୍ଚିତ ସିଙ୍ଗର କୈଳାସ ଖେର, ଗାଇଲେ ଶିବ ଭଜନ

    ଆଗକୁ ପଢନ୍ତୁ

    ବର୍ତ୍ତମାନ ବୃନ୍ଦାବନ ଗସ୍ତରେ ପ୍ରସିଦ୍ଧ ସିଙ୍ଗର କୈଳାସ ଖେର । ସେ ସେଠାରେ ଗତକାଲି ପହଞ୍ଚି ବାବା ପ୍ରେମାନନ୍ଦ ମହାରାଜ ଜୀଙ୍କ ଆଶୀର୍ବାଦ ନେବା ପାଇଁ ତାଙ୍କୁ ଦର୍ଶନ କରିଥିଲେ । ଏଥିସହ ସେ ମହାରାଜ ଜୀଙ୍କ ଦରବାରରେ ଶିବ ଭଜନ ମଧ୍ୟ ଗାଇଛନ୍ତି । ଯାହା ସମସ୍ତଙ୍କ ମନକୁ ଛୁଇଁଛି । ଏହି ଭିଡିଓ ସୋସିଆଲ ମିଡ଼ିଆ ଖୁବ ଚର୍ଚ୍ଚାରେ ରହିଛି ।

    ଅନୁଷ୍କା ଶର୍ମା-ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ବି-ପ୍ରାକ ପର୍ଯ୍ୟନ୍ତ ବଡ଼ ବଡ଼ ସେଲିବ୍ରିଟି ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ ପାଇଁ ପହଞ୍ଚିସାରିଛନ୍ତି । ଗତକାଲି କୈଳାସ ଖେର ମଧ୍ୟ ଦର୍ଶନ ପାଇଁ ସେଠାରେ ପହଞ୍ଚିଥିଲେ ।  ସେଠାରେ ସେ ପହଞ୍ଚି ମହାରାଜ ଜୀଙ୍କୁ ଦର୍ଶନ କରିବା ସହ ଶିବଙ୍କ ଭଜନ ଗାଇ ପରିବେଶକୁ ଭକ୍ତିମୟ କରିଦେଇଥିଲେ । ତାଙ୍କ କଣ୍ଠରୁ ମୀରା ବାଈଙ୍କ ଭଜନ ମଧ୍ୟ ଶୁଣିବାକୁ ମିଳିଥିଲା । କୈଳାସ ଖେରଙ୍କ ଗୀତ ଶୁଣି ସମସ୍ତେ ଭାବପ୍ରବଣ ହୋଇ ନାଚିବାକୁ ଲାଗିଥିଲେ । ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଦଶର୍ନ କରିବା ପରେ କୈଳାସ ଖେର ବାଙ୍କେ ବିହାରୀଙ୍କୁ ଭେଟି ଦର୍ଶନ କରିଥିଲେ ।

    ପ୍ରେମାନନ୍ଦ ମହାରାଜ କୈଳାସ ଖେରଙ୍କ କଣ୍ଠସ୍ୱର ଏବଂ ଭଜନର ପ୍ରଶଂସା କରିଥିଲେ ଏବଂ ତାଙ୍କୁ ଆଶୀର୍ବାଦ ଦେଇଥିଲେ । ପ୍ରେମାନନ୍ଦ ଜୀ ସିଙ୍ଗରଙ୍କୁ ଜପର ଅର୍ଥ ବୁଝାଇ କହିଥିଲେ ଯେ, ଯେପରି ଚିନି ମିଠା ଶରୀରର ପିତ୍ତକୁ ଶାନ୍ତ କରିବାରେ ସାହାଯ୍ୟ କରେ, ସେହିପରି ନିରନ୍ତର ଜପ ସମସ୍ତ ବିକାରକୁ ଦୂର କରି ଜୀବନକୁ ଅମୃତ ପ୍ରଦାନ କରିପାରିବ । ଏଥିସହ କୈଳାସ ଖେର ପ୍ରେମାନନ୍ଦ ଜୀଙ୍କୁ ଉପହାର ସ୍ବରୂପ ମୟୂର ପରର ମାଳ ପିନ୍ଧାଇ ସ୍ବାଗତ କରିଥିଲେ । ଗତକାଲି ସନ୍ଧ୍ୟାର ସମସ୍ତ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.1 ° C
    41.1 °
    41.1 °
    22 %
    2.9kmh
    34 %
    Sat
    38 °
    Sun
    42 °
    Mon
    44 °
    Tue
    47 °
    Wed
    46 °

    ସମ୍ବନ୍ଧିତ