Saturday, October 25, 2025
29.9 C
Odisha

    ପ୍ରୋଜେକ୍ଟର ଫିଚର୍ସ ସହ ଲଞ୍ଚ ହେଲା ବିଶ୍ୱର ପ୍ରଥମ ଟାବଲେଟ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

    ଆଗକୁ ପଢନ୍ତୁ

    ଟାବଲେଟ୍ ଲର୍ଭସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । ପ୍ରୋଜେକ୍ଟର ଫିଚର୍ସ ସହ ଲଞ୍ଚ ହେଲା ବିଶ୍ୱର ପ୍ରଥମ ଟାବଲେଟ୍ । ଯେଉଁଥିରେ ରହିଛି ଢ଼େରସାରା ଫିଚର୍ସ । ତେବେ ଆସନ୍ତୁ ଜାଣିବା ଏହି ଦମଦାର୍ ଟାବଲେଟର ସମ୍ପୂର୍ଣ୍ଣ ଡିଟେଲ୍ସ ।

    ଅନେକ ବ୍ରାଣ୍ଡ ୧୦,୦୦୦ କିମ୍ବା ୧୨,୦୦୦mAh ବ୍ୟାଟେରୀ ସହିତ ସେମାନଙ୍କର ଟାବଲେଟ୍ ବଜାରରେ ଲଞ୍ଚ କରିଛନ୍ତି । ଉନ୍ନତ ସ୍ମାର୍ଟଫୋନ୍ ଏବଂ ଡିଭାଇସ୍ ତିଆରି କରୁଥିବା କମ୍ପାନୀ Ulefone ବଜାରରେ ଏକ ପାୱାରଫୁଲ୍ ୨୪,୨୦୦mAh ବ୍ୟାଟେରୀ ସହିତ ଏକ ଟାବଲେଟ୍ ଲଞ୍ଚ କରିଛି । ବଡ଼ ବ୍ୟାଟେରୀ ସହିତ, ଏହା ବିଶ୍ୱର ପ୍ରଥମ ଟାବଲେଟ୍ ଯେଉଁଥିରେ ଏକ ଇନ୍-ବିଲ୍ଟ ପ୍ରୋଜେକ୍ଟର ଅଛି । କମ୍ପାନୀ ଆର୍ମର ପ୍ୟାଡ୍ ୫ ସିରିଜ୍ ଉପସ୍ଥାପନ କରିଛି, ଯେଉଁଥିରେ ଦୁଇଟି ଟାବଲେଟ୍, ଆର୍ମର ପ୍ୟାଡ୍ ୫ ଅଲ୍ଟ୍ରା ଏବଂ ଆର୍ମର ପ୍ୟାଡ୍ ୫ ପ୍ରୋ ସାମିଲ୍ । ଏହି ସିରିଜ୍ ର ଅଲ୍ଟ୍ରା ମଡେଲ୍ ଏକ ପ୍ରୋଜେକ୍ଟର ଫିଚର୍ସ ସହିତ ଆସିଥାଏ ।

    ଆର୍ମର ପ୍ୟାଡ୍ 5 ସିରିଜର ଦୁଇଟି ଟାବଲେଟ୍ ୨୪,୨୦୦mAh ବ୍ୟାଟେରୀ ସହିତ ଆସିଥାଏ । କମ୍ପାନୀ ଦାବି କରିଛି ଯେ ଏହାର ବ୍ୟାଟେରୀ ଲାଇଫ୍ ୧୬୬୨ଘଣ୍ଟା । ଏହି ଟାବଲେଟ୍ ସିରିଜ୍ MediaTek Dimensity 7400X 5G ଚିପସେଟ୍ ସହିତ ଆସିଥାଏ । କମ୍ପାନୀ ଦାବି କରିଛି ଯେ ଏହି ଟାବଲେଟ୍ ହେଉଛି ସବୁଠାରୁ ଫାଷ୍ଟ ଏବଂ ସ୍ପିଡ୍ ଟାବଲେଟ୍ । ଏଥିସହ ଏହା Android 15 ରେ ଚାଲିଥାଏ ।

    ଏହି ସିରିଜର ଅଲ୍ଟ୍ରା ମଡେଲରେ ଏକ ବିଲ୍ଟ-ଇନ୍ ପ୍ରୋଜେକ୍ଟର ରହିଛି ଯାହା ୯୬୦ x ୫୪୦ ରିଜୋଲ୍ୟୁସନକୁ ସପୋର୍ଟ କରେ । ଏଥିରେ ଅଟୋ ଏବଂ ମାନୁଆଲ୍ ଫୋକସ୍ ଅପ୍ସନ ମଧ୍ୟ ରହିଛି । ଏଥିରେ ଡେଡିକେଟେଡ୍ ପ୍ରୋଜେକ୍ଟର ନିୟନ୍ତ୍ରଣ ଏବଂ ୱାନ୍-କି କ୍ବିକ୍ ଆକ୍ସେସ୍ ଭଳି ଫିଚର ମଧ୍ୟ ଦିଆଯାଇଛି ।

    ଫିଚର୍ସ:
    Armor Pad 5 ସିରିଜରେ ୧୨୦W ଫାଷ୍ଟ ଚାର୍ଜିଂ ସହିତ ଏକ ପାୱାରଫୁଲ୍ ୨୪,୨୦୦mAh ବ୍ୟାଟେରୀ ରହିଛି । ପ୍ୟାଡ୍ ୧୦W ରିଭର୍ସ ଚାର୍ଜିଂକୁ ମଧ୍ୟ ସପୋର୍ଟ କରେ । ଏହା ୧୦୯ ଘଣ୍ଟା ପର୍ଯ୍ୟନ୍ତ ଟକ୍ ଟାଇମ୍ ଏବଂ ୧୦୯ ଘଣ୍ଟା ଭିଡିଓ ପ୍ଲେବ୍ୟାକ୍ ସମୟ ମଧ୍ୟ ପ୍ରଦାନ କରେ । ଟାବଲେଟରେ ୭୫୪ LED ସହିତ ଡୁଆଲ୍ LED ଲାଇଟ୍ ରହିଛି, ଯାହା ଏମରଜେନ୍ସି ଲାଇଟିଂ ଭାବରେ , କାର୍ଯ୍ୟ କରେ ।

    ଏହା ସହିତ, ଏହି ଟାବଲେଟ୍ ସିରିଜରେ ଏକ ୬୪MP ବ୍ୟାକ୍ କ୍ୟାମେରା ରହିଛି । ଏଥିସହ ସେଲଫି ଏବଂ ଭିଡିଓ କଲିଂ ପାଇଁ ଏକ ୩୨MP ଫ୍ରଣ୍ଟ କ୍ୟାମେରା ଉପଲବ୍ଧ । ଏଥିରେ ୬୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ସପୋର୍ଟ ସହିତ ୧୧-ଇଞ୍ଚ FHD ଡିସପ୍ଲେ ମଧ୍ୟ ରହିଛି । ଯଦି ଆପଣ ଏକ ଦମଦାର୍ ଟାବଲେଟ୍ କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ ଏହି ଟାବଲେଯଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.9 ° C
    29.9 °
    29.9 °
    56 %
    2.3kmh
    11 %
    Sat
    29 °
    Sun
    29 °
    Mon
    29 °
    Tue
    27 °
    Wed
    28 °

    ସମ୍ବନ୍ଧିତ