Tuesday, October 13, 2026
30.8 C
Odisha

    ମୋହନ ସରକାରକୁ ୫୦୦ ଦିନ: ଆଜି ସନ୍ଧ୍ୟାରେ କ୍ୟାବିନେଟ୍ ବୈଠକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟରେ ମୋହନ ଚରଣ ମାଝୀଙ୍କ ସରକାରକୁ ଶନିବାର ୫୦୦ ଦିନ ପୂରିବାକୁ ଯାଉଛି। ୨୦୨୪ ଜୁନ ୧୨‌େ‌ର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ମନ୍ତ୍ରିମଣ୍ଡଳର ସଦସ୍ୟ ଶପଥ ଗ୍ରହଣ କରିଥିଲେ। ଶନିବାର ସରକାରକୁ ୫୦୦ ଦିନ ହେବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବା ସମ୍ଭାବନା ରହିଛି। ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟା ୫ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ କିଛି ମନ୍ତ୍ରୀ ଯୋଗଦେବେ। ଆଉ କିଛି ମନ୍ତ୍ରୀ ନୂଆପଡ଼ାରୁ ଆଭାସି ଜରିଆରେ ଯୋଡ଼ିହେବେ। ବୈଠକରେ ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ଅନୁମୋଦନ କରାଯିବ। ସରକାରକୁ ୫୦୦ ଦିନ ପୂର୍ତ୍ତି ଅବସରରେ କ୍ୟାବିନେଟ ବୈଠକ ଡକା ଯାଇଥିବାରୁ କିଛି ବଡ଼ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.8 ° C
    30.8 °
    30.8 °
    50 %
    1.9kmh
    19 %
    Tue
    31 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ