Monday, September 28, 2026
27.5 C
Odisha

    ପ୍ରୋଫାଇଲ ଫଟୋ ବଦଳାଇଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ପାକିସ୍ତାନ ବିପକ୍ଷରେ ଗ୍ରହଣ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ର ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମରେ ଥିବା ନିଜର ପ୍ରୋଫାଇଲ ଫଟୋକୁ ପରିବର୍ତ୍ତନ କରିଛନ୍ତି। ମୋଦୀଙ୍କ ଏକ୍ସ, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଏବଂ ହ୍ବାଟସଆପ୍‌ ଆକାଉଣ୍ଟରେ ଏଭଳି ପରିବର୍ତ୍ତନ କରାଯାଇଛି। ଗୋଟିଏପଟେ ଅପରେସନ ସିନ୍ଦୂର ଲେଖା ସହ ଜାତୀୟ ପତାକା ସ୍ଥାନିତ ହୋଇଥିବାବେଳେ ଅନ୍ୟପଟରେ ଭାଷଣ ଦେଉଥିବା ମୁଦ୍ରାରେ ମୋଦୀଙ୍କ ଫଟୋ ରହିଛି। ସୂଚନାଯୋଗ୍ୟ ଗତବର୍ଷ ଏପ୍ରିଲ ୨୨ରେ ପହଲଗାଓଁଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେବାକୁ ମେ’ ୭ରେ ଅପରେସନ ସିନ୍ଦୂରକୁ କାର୍ଯ୍ୟକାରୀ କରାଯାଇଥିଲା। ପ୍ରାୟ ତିନିଦିନ ଧରି ଚାଲିଥିବା ଏହି କାର୍ଯ୍ୟାନୁଷ୍ଠାନରେ ଭାରତୀୟ ସେନା ପାକିସ୍ତାନରେ ଥିବା ନଅଟି ଆତଙ୍କବାଦୀ ଶିବିରକୁ ଧ୍ବଂସ କରିଥିବାବେଳେ ୧୧ଟି ପାକ୍‌ ବାୟୁସେନା ଘାଟିକୁ ମଧ୍ୟ ନଷ୍ଟ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ