Friday, October 2, 2026
22.9 C
Odisha

    ପ୍ରୟାଗରାଜରେ ବୋଲେରୋ-ବସ୍ ଧକ୍କା, ୧୦ ମୃତ

    ଆଗକୁ ପଢନ୍ତୁ

    ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ 10 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ 19 ଜଣ ଆହତ ହୋଇଛନ୍ତି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଛି। ବୋଲେରୋରେ ସମସ୍ତ ପୁରୁଷଙ୍କ ବୟସ 25 ରୁ 45 ବର୍ଷ ମଧ୍ୟରେ ଥିଲା। ଏହି ଦୁର୍ଘଟଣାରେ ସମସ୍ତେ ପ୍ରାଣ ହରାଇଛନ୍ତି।

    ସୂଚନାନୁସାରେ, ଗତକାଲି (ଫେବୃଆରୀ 14) ବିଳମ୍ବିତ ରାତିରେ ପ୍ରୟାଗରାଜ-ମିର୍ଜାପୁର ରାଜପଥରେ ଏକ ଗୁରୁତର ସଡ଼କ ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁ ବୋଝେଇ ଏକ ବୋଲେରୋ ଏକ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା, ଫଳରେ 10 ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତେ ଛତିଶଗଡର କୋରବା ଜିଲ୍ଲାର ବାସିନ୍ଦା ଥିଲେ। କୁହାଯାଉଛି ଯେ ବୋଲେରୋରେ ଯାତ୍ରା କରୁଥିବା ସମସ୍ତ 10 ଭକ୍ତ ସଙ୍ଗମ ସ୍ନାନ ପାଇଁ ମେଳା ସ୍ଥାନକୁ ଆସୁଥିଲେ। ବସ୍‌ରେ ଯାତ୍ରା କରୁଥିବା 19 ଭକ୍ତ ଆହତ ହୋଇଛନ୍ତି, ଯେଉଁମାନେ ସଙ୍ଗମ ସ୍ନାନ କରିବା ପରେ ବାରାଣାସୀ ଯାଉଥିଲେ।ସମସ୍ତ ଆହତଙ୍କୁ CHC ରାମନଗରରେ ଭର୍ତ୍ତି କରାଯାଇଛି। ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଭକ୍ତ ହେଉଛନ୍ତି ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାର ବାସିନ୍ଦା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ