ପ୍ଲାଷ୍ଟିକର ବ୍ୟବହାର ଏବେ ଆମ ଲାଇଫ ଷ୍ଟାଇଲର ଏକ ଅଂଶ ପାଲଟିଛି । ରୋଷେଇ ଘର ଡବାଠାରୁ ଆରମ୍ଭ କରି ପାଣି ବୋତଲ ପର୍ଯ୍ୟନ୍ତ ସବୁଠି ପ୍ଲାଷ୍ଟିକର ବ୍ୟବହାର ହେଉଛି । ଗୋଟିଏ ପଟେ, ଭାରତ ସରକାର ପ୍ଲାଷ୍ଟିକ୍ ପ୍ରଦୂଷଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି । ଏହା ସତ୍ତ୍ୱେ, ଲୋକମାନେ ପ୍ଲାଷ୍ଟିକରୁ ଦୂରରେ ରହୁନାହାଁନ୍ତି ଏବଂ ଆଜି ମଧ୍ୟ ଲୋକେ ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି । ତେବେ ଆସନ୍ତୁ ଜାଣିବା ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟର କ’ଣ କ୍ଷତି ହେବ ।
ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବାର କ୍ଷତିକାରକ ପ୍ରଭାବ:
କ୍ଷତିକାରକ ପଦାର୍ଥ ନିର୍ଗତ ହୁଏ: ପ୍ଲାଷ୍ଟିକରେ ଥିବା କ୍ଷତିକାରକ ରାସାୟନିକ ପଦାର୍ଥ ବ୍ୟତୀତ ପ୍ଲାଷ୍ଟିକ ବୋତଲରେ ପାଣି ରଖିବା ଦ୍ୱାରା ଏଥିରୁ ଫ୍ଲୋରାଇଡ୍, ଆର୍ସେନିକ୍ ଏବଂ ଆଲୁମିନିୟମ୍ ଭଳି କ୍ଷତିକାରକ ପଦାର୍ଥ ମଧ୍ୟ ନିର୍ଗତ ହୁଏ ଯାହା ମାନବ ଶରୀର ପାଇଁ ବିଷାକ୍ତ ହୋଇଥାଏ ।
ଡାଇଅକ୍ସିନ୍ ପ୍ରଡକ୍ସନ୍: ଗରମ ପରିବେଶରେ ପ୍ଲାଷ୍ଟିକ୍ ତରଳିଯାଏ । ଆମେ ପ୍ରାୟତଃ ଗାଡ଼ି ଚଲାଇବା ସମୟରେ ପ୍ଲାଷ୍ଟିକ୍ ବୋତଲରେ ପାଣି ଭର୍ତ୍ତି କରି ରଖୁ ଏବଂ ଅନେକ ସମୟରେ ଏହାକୁ ଗାଡ଼ିରେ ଏପରି ସ୍ଥାନରେ ଛାଡି ଦେଉ ଯେଉଁଠାରେ ଏହା ସିଧାସଳଖ ସୂର୍ଯ୍ୟକିରଣରେ ପଡ଼େ । ପ୍ଲାଷ୍ଟିକ ଗରମ ସ୍ଥାନରେ ରହିବା ଦ୍ୱାରା ଡାଇଅକ୍ସିନ୍ ନାମକ ଏକ ବିଷାକ୍ତ ପଦାର୍ଥ ନିର୍ଗତ ହୁଏ ଯାହା ପିଇବା ଦ୍ୱାରା ସ୍ତନ କର୍କଟର ସମ୍ଭାବନା ବଢିପାରେ ।
ଡାଇବେଟିସ୍: ବିସଫେନଲ୍ ଏ ହେଉଛି ଏକ ଶିଳ୍ପ ରାସାୟନିକ ପଦାର୍ଥ ଯାହା ପ୍ଲାଷ୍ଟିକ୍ ତିଆରି କରିବାରେ ବ୍ୟବହୃତ ହୁଏ । ଏହା ଡାଇବେଟିସ, ମୋଟାପଣ, ପ୍ରଜନନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ । ପ୍ଲାଷ୍ଟିକ୍ ବୋତଲରେ ରଖାଯାଇଥିବା ପାଣି ନ ପିଇବା ହି ଆମ ସ୍ୱାସ୍ଥ୍ୟ ପାଇଁ ଭଲ ।
ଭିଟାମିନଯୁକ୍ତ ପାଣି: ଆଜିକାଲି, ଅଧିକାଂଶ ପାଣି ପ୍ଲାଷ୍ଟିକ୍ ବୋତଲରେ ଉପଲବ୍ଧ ଏବଂ ଏହାର ସ୍ୱାସ୍ଥ୍ୟ ଲାଭ ବଢ଼ାଇବା ପାଇଁ ଏଥିରେ ଭିଟାମିନ ମିଶାନ୍ତି । କିନ୍ତୁ ଏହା ଆହୁରି କ୍ଷତିକାରକ କାରଣ ଏଥିରେ ଫୁଡ୍ କଲର ଏବଂ ହାଇ-ଫ୍ରୁକ୍ଟୋଜ୍ କର୍ଣ୍ଣ ସିରପ ଭଳି ଅନେକ ସ୍ୱାସ୍ଥ୍ୟ-ହାନିକାରକ ମିଶ୍ରଣ ରହିଥାଏ ।
ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ: ଆମେ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବହୁତ ପରିମାଣରେ ପ୍ରଭାବିତ ହୁଏ । ପ୍ଲାଷ୍ଟିକ୍ ବୋତଲରୁ ନିର୍ଗତ ରାସାୟନିକ ପଦାର୍ଥ ଆମ ଶରୀରରେ ପ୍ରବେଶ କରି ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ କ୍ଷତି ପହଞ୍ଚାଇଥାଏ ।