Friday, April 3, 2026
33.6 C
Odisha

    ପ୍ୟାରିସର ପ୍ରସିଦ୍ଧ ଲୁଭ୍ର ସଂଗ୍ରହାଳୟରୁ ଚୋରି

    ଆଗକୁ ପଢନ୍ତୁ

    ପ୍ୟାରିସ(Paris)ରେ ରବିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ମୁଖାପିନ୍ଧା ଚୋରମାନେ ସ୍କୁଟରରେ ଆସି ବିଖ୍ୟାତ ଲୁଭ୍ର ସଂଗ୍ରହାଳୟରେ ପହଞ୍ଚିଥିଲେ ଏବଂ ଡିସ୍କ କଟର ବ୍ୟବହାର କରି ଏକ ବହୁମୂଲ୍ୟ ସୁନା ମୁକୁଟ ସମେତ ଆଉ କେତେକ ମୂଲ୍ୟବାନ ଅଳଙ୍କାର ଚୋରି କରି ପଳାଇ ଯାଇଥିଲେ। ତଥାପି, ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଚୋରମାନେ ସଂଗ୍ରହାଳୟରୁ ମୂଲ୍ୟବାନ ଅଳଙ୍କାର ଚୋରି କରିବାକୁ ମାତ୍ର ସାତ ମିନିଟ୍ ସମୟ ନେଇଥିଲେ। ଏତେ କମ୍ ସମୟ ମଧ୍ୟରେ ଅଳଙ୍କାର ଚୋରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପ୍ୟାରିସର ଲୁଭ୍ର ସଂଗ୍ରହାଳୟକୁ ବିଶ୍ୱର ସର୍ବାଧିକ ସୁରକ୍ଷିତ ଓ ଅଧିକ ଦର୍ଶକ ଯାଉଥିବା ସଂଗ୍ରହାଳୟ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ ଏବଂ ଏହା ବିଶ୍ୱ ପ୍ରସିଦ୍ଧ ମୋନାଲିସା ଚିତ୍ରକଳା ଥିବା ସ୍ଥାନ। ଡକାୟତି ପରେ ଫରାସୀ ସମୟ ଅନୁଯାୟୀ ରବିବାର ସକାଳେ ସଂଗ୍ରହାଳୟକୁ ବନ୍ଦ କରିଦିଆଯାଇଛି ।ରବିବାର ସକାଳ ୯.୩୦ରୁ ୯.୪୦ ମଧ୍ୟରେ ଏହି ଘଟଣା ଘଟିଥିଲା । ତେବେ ଫ୍ରାନ୍ସର ଗୃହମନ୍ତ୍ରୀ ଲରେଣ୍ଟ ନୁନେଜ୍ କହିଛନ୍ତି ଯେ ଚୋରମାନେ ମାତ୍ର ୭ ମିନିଟରେ ନିଜ କାମ ସାରିଦେଇଥିଲେ। ସେ କହିଛନ୍ତି, “ଚୋରମାନେ ଚେରି ପିକର (ଏକ ହାଇଡ୍ରୋଲିକ୍ ସିଡ଼ି ଭଳି ମେସିନ୍) ବ୍ୟବହାର କରି ବାହାରରୁ ସଂଗ୍ରହାଳୟରେ ପ୍ରବେଶ କରିଥିଲେ ଏବଂ ମୂଲ୍ୟବାନ ଅଳଙ୍କାର ଚୋରି କରିଥିଲେ। ସମ୍ପୂର୍ଣ୍ଣ ଘଟଣାଟି କେବଳ ସାତ ମିନିଟ୍ ସମୟ ନେଇଥିଲା।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ