Wednesday, October 7, 2026
31.4 C
Odisha

    ମନୁଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

    ଆଗକୁ ପଢନ୍ତୁ

    ପ୍ୟାରିସ ଅଲମ୍ପିକ୍ସରେ ଭାରତ ପାଇଁ ପ୍ରଥମ ମେଡାଲ ଆଣିଛନ୍ତି ମହିଳା ଶୁଟର ମନୁ ଭାକର। ତାଙ୍କର ଏହି ସଫଳତାକୁ ନେଇ ସାରା ଦେଶରେ ଆନନ୍ଦର ଲହରୀ ଖେଳିଯାଇଛି। ଦେଶ ପାଇଁ ଗୌରବ ଆଣିଥିବାରୁ ମନୁଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି। ଏହି ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ମାଧ୍ୟମରେ ମନୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ରବିବାର ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବିଶାଳ ବାଲୁକା କଳା ନିର୍ମାଣ କରିଛନ୍ତି। ୧୦ ଫୁଟ୍‌ ଲମ୍ବର ଏକ ରାଇଫଲ୍‌ ବନ୍ଧୁକ ସହ ମନୁଙ୍କ ପ୍ରତିକୃତି, ଅଲମ୍ପିକ୍ସ ମେଡାଲ, ତ୍ରିରଙ୍ଗାକୁ ସୁଦର୍ଶନ ତାଙ୍କ ବାଲୁକା କଳାରେ ସ୍ଥାନ ଦେଇଛନ୍ତି।
    ସୁଦର୍ଶନ କହିଛନ୍ତି, ମନୁଙ୍କୁ ତାଙ୍କ ସଫଳତା ପାଇଁ ଅନେକ ଶୁଭେଛା। ଏଥିସହିତ ଭାରତରୁ ଯାଇଥିବା ଅନ୍ୟ ଖେଳାଳିମାନେ ମଧ୍ୟ ଭଲ ପ୍ରଦର୍ଶନ କରି ଅଧିକ ମେଡାଲ ଆଣି ଦେଶର ଗୌରବ ଆଣନ୍ତୁ ବୋଲି ସେ ଶୁଭେଛା ଜଣାଇଛନ୍ତି। ୧୦ ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ମନୁ ଭାକର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ସୁଟର ଭାବେ ମନୁ ଏହି କୀର୍ତ୍ତିମାନ ହାସଲ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ