Saturday, April 4, 2026
36.1 C
Odisha

    ଫସଲ ନଷ୍ଟ ଯୋଗୁ ଚାଷୀଙ୍କ ଜୀବନ ଯିବା ଅଭିଯୋଗ, ଋଣ ଛାଡ଼ ଦାବି କଲେ ପରିବାର ଲୋକ

    ଆଗକୁ ପଢନ୍ତୁ

    ଛତ୍ରପୁର : ପୁଣି ଜଣେ ଚାଷୀଙ୍କ ଗଲା ଜୀବନ । ବର୍ଷକର ଅମଳ ଫସଲ ବ୍ୟାପକ ନଷ୍ଟ ହେବା ଦେଖି ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଆଉ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି । ଡିସେମ୍ବର ୨୬ ରେ ଛତ୍ରପୁର ବ୍ଲକ ବରଙ୍ଗ ଗାଁର ଜଣେ ଭାଗଚାଷୀ ବନମାଳୀ ପେଣ୍ଠେଇ ଜୀବନ ହାରିଥିବା ଅଭିଯୋଗ ହୋଇଥିବା ବେଳେ ପୁଣି ଠିକ ୧୫ ଦିନ ପରେ ଆଶା ଠାରୁ କମ୍ ଧାନ ଅମଳ ହେବ ଦେଖି ଜମିରେ ହିଁ ଟଳି ପଡିଲେ ଆଉ ଜଣେ ଚାଷୀ ।

    ଗୁରୁତର ଅବସ୍ଥାରେ ତାଙ୍କୁ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଚାଷୀ ଜମଙ୍କ ବିପୁଳିଙ୍ଗି ପଚାଂୟତ କତୁରୁ ଗାଁର ପି.ଇଶ୍ୱର ରେଡ୍ଡୀ । ଫସଲ ନଷ୍ଟ ହୋଇଥିବାରୁ ସେ କିଛି ଦିନ ହେଲା ଚିନ୍ତାରେ ରହୁଥିଲେ ।

    ଯେତିକି ଧାନ ଫସଲ ଅମଳ ଆଶା ରଖିଥିଲେ ତାହାଠାରୁ ବହୁତ କମ ହେବା ଦେଖି ଚେତାଶୂନ୍ୟ ହୋଇପଡ଼ିଥିଲେ । ଋଣ କରି ଇଶ୍ୱର ନିଜର ୩ ଏକର ଓ ଅନ୍ୟର ୨ ଏକର ସମୁଦାୟ ୫ ଏକର ଜମିରେ ଫସଲ କରିଥିଲେ । ସମସ୍ତ ଋଣ ଛାଡ଼ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକ । ଅନ୍ୟପଟେ ଘଟଣାର ତଦନ୍ତ ପାଇଁ ମୃତକଙ୍କ ଘରେ ପହଞ୍ଚିଛନ୍ତି ଛତ୍ରପୁର ବ୍ଲକ ପ୍ରଶାସନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.1 ° C
    36.1 °
    36.1 °
    24 %
    1.7kmh
    91 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ