Monday, March 23, 2026
22 C
Odisha

    ଫାଇନାଲରେ ଭିନେଶ ଫୋଗଟ; ପଦକ ପକ୍କା

    ଆଗକୁ ପଢନ୍ତୁ

    ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ୫୦ କିଗ୍ରା ମହିଳା କୁସ୍ତି ଇଭେଣ୍ଟର ଫାଇନାଲରେ ପହଞ୍ଚି ଇତିହାସ ରଚିଛନ୍ତି ଭିନେଶ ଫୋଗଟ। ଟୋକିଓ ବିଫଳତାକୁ ପଛରେ ପକାଇ ଭିନେଶ ସୋମବାର ଲଢୁଆ ପ୍ରଦର୍ଶନ କରିଥିଲେ। ପ୍ରଥମ ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିୟନ ତଥା ବିଶ୍ୱ ଚାମ୍ପିୟନ ଜାପାନର ୟୁଇ ସୁସାକିଙ୍କୁ ହରାଇଥିଲେ ଭିନେଶ। ପରବର୍ତ୍ତୀ ମ୍ୟାଚରେ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ୟୁକ୍ରେନ୍‌ର ଓକସାନା ଲିଭାଚ୍‌ଙ୍କୁ ହରାଇଥିଲେ ଭିନେଶ। ସେମି ଫାଇନାଲରେ କ୍ୟୁବାର ୟୁସନେୟୁସ ଗଜମାନଙ୍କୁ ୫-୦ରେ ଏକପାଖିଆ ଭାବରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଗଜମାନ ପ୍ରଥମ ୩ ମିନିଟରେ ଆକ୍ରମଣାତ୍ମକ ଖେଳିଥିବା ବେଳେ ଭିନେଶ ଡିଫେଣ୍ଡ କରିଥିଲେ। ତେବେ ଦ୍ୱିତୀୟ ସେଟରେ ଭିନେଶ କାଉଣ୍ଟର ଆଟାକ୍‌ କରିବା ସହ ୪ ପଏଣ୍ଟ ଅର୍ଜନ କରିଥିଲେ । ଫଳରେ ଚଳିତ ଅଲିମ୍ପିକ୍ସରେ ଭାରତ ଆଉ ଏକ ପଦକ ପକ୍କା କରିଛି।

    ପ୍ରଥମ ମ୍ୟାଚ୍‌ରେ ଅଲିମ୍ପିକ୍ସର ଡିଫେଣ୍ଡିଂ ଚାମ୍ପିୟନ ତଥା ୪ ଥର ବିଶ୍ୱ ଚାମ୍ପିୟନ ଜାପାନର ୟୁଇ ସୁସାକିଙ୍କୁ ହରାଇଥିଲେ ଭିନେଶ। ୫ ମିନିଟ ୫୫ ସେକେଣ୍ଡ ପର୍ଯ୍ୟନ୍ତ ଭିନେଶ ୦-୨ରେ ପଛୁଆ ରହିଥିଲେ। ଉଭୟ ଖେଳାଳି ମାତ୍ରାଧିକ ରକ୍ଷଣାତ୍ମକ ଭଙ୍ଗୀ ଆପଣେଇଥିବା ବେଳେ ଭିନେଶ ପାସିଭିଟି ପେନାଲ୍ଟିରେ ୨ ପଏଣ୍ଟ ହରାଇଥିଲେ। ତେବେ ମ୍ୟାଚ୍‌ ଶେଷ ହେବାକୁ ୫ ସେକେଣ୍ଡ ବାକି ଥିବା ବେଳେ ଏକ ଚମତ୍କାର ମୁଭ୍‌ ଜରିଆରେ ସୁସାକିଙ୍କୁ ଚକ୍‌ମା ଦେଇଥିଲେ ଭିନେଶ। ୩ ପଏଣ୍ଟ ଅର୍ଜନ କରିବା ସହିତ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ପରବର୍ତ୍ତୀ ମ୍ୟାଚ୍‌ରେ ୟୁରୋ ଚାମ୍ପିୟନ ତଥା ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜୟିନୀ ଓକସାନା ଲିଭାଚ୍‌ଙ୍କୁ ୭-୫ ପଏଣ୍ଟରେ ହରାଇଥିଲେ ଭିନେଶ। ଆରମ୍ଭରୁ ଭିନେଶ ୨-୦ରେ ଅଗ୍ରଣୀ ହାସଲ କରିଥିବା ବେଳେ ଲିଭାଚ୍‌ ଏହାକୁ ୫-୪କୁ ହ୍ରାସ କରିଥିଲେ। ତେବେ ଭିନେଶ ଚମତ୍କାର ପ୍ରଦର୍ଶନ ଜରିଆରେ ୭-୫ରେ ବିଜୟୀ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    34 %
    1.4kmh
    1 %
    Sun
    22 °
    Mon
    33 °
    Tue
    36 °
    Wed
    38 °
    Thu
    39 °

    ସମ୍ବନ୍ଧିତ