Sunday, November 22, 2026
20.4 C
Odisha

    ଫାଷ୍ଟଫୁଡ୍ ସହ ମେୟୋନିଜ୍ ଖାଉଛନ୍ତି କି? ସ୍ୱାଦ ପାଇଁ ଡାକି ଆଣୁନାହାନ୍ତି ତ ରୋଗ !

    ଆଗକୁ ପଢନ୍ତୁ

    ପିଲାଠାରୁ ବୟସ୍କ, ସମସ୍ତଙ୍କ ମନକୁ ଏବେ ଫାଷ୍ଟଫୁଡ୍‌ର ସ୍ୱାଦ ଘାରିଛି । ସକାଳ ଜଳଖିଆ ହେଉ କି ସନ୍ଧ୍ୟାର ସ୍ନାକ୍ସ, ଉପମା, ଚୂଡ଼ା ଓ ରୁଟିର ସ୍ଥାନ ନେଇସାରିଛି ସାଣ୍ଡୱିଚ୍, ପାସ୍ତା ଓ ନୁଡଲ୍ସ । ଜିଭର ସ୍ୱାଦ ଆଗରେ ହାର ମାନୁଛି ସ୍ୱାସ୍ଥ୍ୟ । ଆଉ ଏହି ଫାଷ୍ଟଫୁଡ୍‌ର ସ୍ୱାଦକୁ ଦ୍ୱିଗୁଣିତ କରୁଛି ଧଳା ରଙ୍ଗର ମେୟୋନିଜ୍ । ମୋମୋ, ବର୍ଗର, ପିଜା ହେଉ କି ସାଣ୍ଡୱିଚ୍, ସବୁଥିରେ ମେୟୋନିଜ୍‌ର ଚାହିଦା ରହିଛି । କିନ୍ତୁ ଜାଣିଛନ୍ତି କି, ଏହି ସ୍ୱାଦିଷ୍ଟ ମେୟୋନିଜ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇପାରେ ।

    ମେୟୋନିଜ୍‌ରେ ରହିଛି ଅଧିକ ପରିମାଣର ଚର୍ବି ଓ କ୍ୟାଲୋରି । ଏହାକୁ ନିୟମିତ ଏବଂ ଅତ୍ୟଧିକ ଖାଇବା ଦ୍ୱାରା ଶରୀରର ଓଜନ ବୃଦ୍ଧି ପାଇପାରେ । ଆପଣ ଯଦି ଓଜନ କମାଇବା ପାଇଁ ଜିମ୍ ଯାଉଛନ୍ତି, ଘଣ୍ଟା ଘଣ୍ଟା ଧରି ବ୍ୟାୟାମ କରୁଛନ୍ତି, ହେଲେ ଘରକୁ ଫେରି ଫାଷ୍ଟଫୁଡ୍ ସହ ମେୟୋନିଜ୍ ଖାଉଛନ୍ତି, ତେବେ ଆପଣଙ୍କ ପରିଶ୍ରମର ଫଳ ଆଶାନୁରୂପ ମିଳିନପାରେ । କେବଳ ଓଜନ ବୃଦ୍ଧି ନୁହେଁ, ମେୟୋନିଜ୍‌ରେ ଥିବା ଅଧିକ ଚର୍ବି ଓ କ୍ୟାଲୋରି ଦୀର୍ଘଦିନ ଧରି ଅଧିକ ମାତ୍ରାରେ ସେବନ କଲେ ରକ୍ତରେ କୋଲେଷ୍ଟ୍ରଲ୍ ସ୍ତର ଉପରେ ପ୍ରଭାବ ପଡ଼ିପାରେ । ଏହା ହୃଦ୍‌ରୋଗର ଆଶଙ୍କାକୁ ମଧ୍ୟ ବଢ଼ାଇପାରେ । କେତେକ ପ୍ରକାରର ପ୍ୟାକେଟ୍ ମେୟୋନିଜ୍‌ରେ ଅଧିକ ଲୁଣ, ଚିନି ଓ ଅନ୍ୟାନ୍ୟ ଯୋଗାଣକାରୀ ଉପାଦାନ ମଧ୍ୟ ରହିଥାଏ । ତେଣୁ ଏହା କିଣିବା ପୂର୍ବରୁ ଉପାଦାନ ଓ ପୋଷଣ ସୂଚନା ଯାଞ୍ଚ କରିବା ଜରୁରୀ ।

    ଅନ୍ୟପଟେ, ମେୟୋନିଜ୍‌ରେ ଥିବା ଓମେଗା-୬ ଫ୍ୟାଟି ଏସିଡ୍ ଶରୀର ପାଇଁ ଆବଶ୍ୟକ ହେଲେ ମଧ୍ୟ ଏହାର ଅତ୍ୟଧିକ ସେବନ ଓ ସମୁଦାୟ ଖାଦ୍ୟାଭ୍ୟାସ ଉପରେ ଧ୍ୟାନ ଦେବା ଜରୁରୀ । କିଛି ଲୋକଙ୍କଠାରେ ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ ସେବନ ମଧ୍ୟ ମେଟାବୋଲିକ୍ ସମସ୍ୟାର ଆଶଙ୍କା ବଢ଼ାଇପାରେ । ତେବେ ସ୍ୱାଦ ପାଇଁ ସ୍ୱାସ୍ଥ୍ୟ ସହ ସାଲିସ୍ କରନ୍ତୁ ନାହିଁ। ଫାଷ୍ଟଫୁଡ୍ ଓ ମେୟୋନିଜ୍‌କୁ ଦୈନନ୍ଦିନ ଖାଦ୍ୟାଭ୍ୟାସର ଅଂଶ ନକରି ସୀମିତ ମାତ୍ରାରେ ସେବନ କରନ୍ତୁ । ଘରେ ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟ, ଫଳ, ପନିପରିବା ଓ ସନ୍ତୁଳିତ ଆହାରକୁ ଗୁରୁତ୍ୱ ଦିଅନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    97 %
    1.1kmh
    1 %
    Sun
    28 °
    Mon
    29 °
    Tue
    27 °
    Wed
    28 °
    Thu
    27 °

    ସମ୍ବନ୍ଧିତ