Saturday, November 21, 2026
25.2 C
Odisha

    ଭାରତୀୟ ରେଳବାଇ ଟ୍ରେନରେ ଯାତ୍ରା କରିବା ସମୟରେ ଫୋନରେ କଥା ହେଲେ ହେବ ଜେଲ୍ !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଟ୍ରେନରେ ଯାତ୍ରା କରିବା ସମୟରେ ଫୋନରେ କଥା ହେବା ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ଆଣିଛି। ଯଦି ଆପଣ ଫୋନରେ ଜୋରରେ କଥା ହୁଅନ୍ତି କିମ୍ବା ଅଧିକ ଶଦ୍ଦରେ ଗୀତ ଶୁଣନ୍ତି, ତେବେ ଆପଣଙ୍କୁ ଏହି ନୂତନ ନିୟମର ପରିଣାମ ଭୋଗିବାକୁ ପଡ଼ିପାରେ। ରେଳବାଇ ଏକ ଚେତାବନୀ ଜାରି କରିଛି ଯେ ଲୋକମାନେ ଆଉ ଟ୍ରେନରେ ଫୋନ୍‌ରେ ଉଚ୍ଚ ସ୍ୱରରେ କଥା ହୋଇପାରିବେ ନାହିଁ କିମ୍ବା ଗୀତ ବଜାଇପାରିବେ ନାହିଁ। ଯେଉଁମାନେ ଏହି ନିୟମକୁ ଅଣଦେଖା କରିବେ ସେମାନଙ୍କୁ ଜେଲଦଣ୍ଡ ଏବଂ ଜରିମାନା ହୋଇପାରେ। ପୂର୍ବତଟ ରେଳବାଇ ଏହି ନୂଆ ନିୟମ କାର୍ଯ୍ୟକାରୀ କରିବା ପାଇଁ ନିଜ ଅଧୀନରେ ଥିବା ସମସ୍ତ ରେଳ ଷ୍ଟେସନ୍‌କୁ ଏକ ନିର୍ଦ୍ଦେଶ ଜାରି କରିଛି।

    ଭାରତୀୟ ରେଳବାଇର ନୂତନ ନିୟମ ଅନୁଯାୟୀ, ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବା ସମୟରେ ମୋବାଇଲ୍ ଫୋନ୍‌ରେ ଜୋରରେ କଥା ନହେବାକୁ ପରାମର୍ଶ ଦିଆଯାଇଛି। ସ୍ପିକର୍ ମୋଡ୍‌ରେ ଫୋନ୍‌ ରଖି କଥା ହୁଅନ୍ତୁ ନାହିଁ। ଅଧିକ ଭଲ୍ୟୁମ୍‌ରେ ସଙ୍ଗୀତ କିମ୍ବା ଭିଡିଓ ବଜାନ୍ତୁ ନାହିଁ। ଯଦି ଆପଣଙ୍କୁ ଫୋନ୍‌ରେ ଦୀର୍ଘ ସମୟ କଥାବାର୍ତ୍ତା କରିବାକୁ ପଡ଼େ, ତେବେ ଫୋନରେ ଧିର ସ୍ବରରେ କଥା ହୁଅନ୍ତୁ। ଲାଉଡ୍ ସ୍ପିକରରେ କତା ହୋଇ ଅନ୍ୟମାନଙ୍କୁ ବିଚଳିତ କରନ୍ତୁ ନାହିଁ। ଏସି କୋଚ୍‌ରେ ଯାତ୍ରା କରୁଥିବା ଲୋକମାନେ ଏହା ଯୋଗୁଁ ଅଧିକ ସମସ୍ୟାର ସମ୍ମୁଖୀନ ହେବେ।  କାରଣ କବାଟ ଏବଂ ଝରକା ବନ୍ଦ ଥିବାରୁ ଶବ୍ଦ ପ୍ରତିଧ୍ୱନିତ ହେବ। ଏବଂ ସେମାନଙ୍କୁ ଶୋଇବାରେ ଅସୁବିଧା ହୋଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    82 %
    1kmh
    89 %
    Sat
    27 °
    Sun
    29 °
    Mon
    28 °
    Tue
    27 °
    Wed
    26 °

    ସମ୍ବନ୍ଧିତ