ଫିଲିପାଇନ୍ସ: ଫିଲିପାଇନ୍ସକୁ ପୁଣି ଥରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଶୁକ୍ରବାର ଫିଲିପାଇନ୍ସର ମିଣ୍ଡାନାଓରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ (GFZ) ଅନୁଯାୟୀ, ମିଣ୍ଡାନାଓରେ ହୋଇଥିବା ଭୂମିକମ୍ପର ତୀବ୍ରତା ୬.୧ ଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ଅକ୍ଷାଂଶ: ୯.୭୩ ଉତ୍ତର, ଦ୍ରାଘିମା: ୧୨୬.୨୦ ପୂର୍ବ । ଏହାର ଗଭୀରତା ଭୂମିଠାରୁ ୯୦ କିଲୋମିଟର ତଳେ ଥିଲା ।
ଏହି ଘଟଣା ଦେଶରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ହେବାର ମାତ୍ର ଗୋଟିଏ ସପ୍ତାହ ପରେ ଆସିଛି । ଅକ୍ଟୋବର ୧୦ ତାରିଖରେ, ଦକ୍ଷିଣ ଫିଲିପାଇନ୍ସର ମିଣ୍ଡାନାଓରେ ଆଉ ଦୁଇଟି ଭୂମିକମ୍ପ ହୋଇଥିଲା, ଯାହା ଫଳରେ ବହୁତ ଜୀବନ ଏବଂ ସମ୍ପତ୍ତିର କ୍ଷତି ହୋଇଥିଲା । ଅନେକ ଲୋକ ଗୁରୁତର ଆହତ ହୋଇଥିଲେ ଏବଂ ଏବେ ବି ଚିକିତ୍ସାଧୀନ ଅଛନ୍ତି ।
ନିକଟରେ ଫିଲିପାଇନ୍ସରେ ୭.୪ ତୀବ୍ରତାର ଏକ ଭୂମିକମ୍ପ ଘଟିଥିବାବେଳେ ଏଥିରେ ଅତି କମରେ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା । ଭୂସ୍ଖଳନ ଏବଂ ସୁନାମି ସତର୍କତା ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଖାଲି କରିବାକୁ ବାଧ୍ୟ କରାଯାଇଥିଲା । ହେଲେ, ପରେ ଫିଲିପାଇନ୍ସ ଏବଂ ଇଣ୍ଡୋନେସିଆ ଉଭୟ ପାଇଁ ସୁନାମି ସତର୍କତା ପ୍ରତ୍ୟାହାର କରାଯାଇଥିଲା ।