ଫିଲିଫାଇନ୍ସ: ପୁଣି ଫିଲିଫାଇନ୍ସରେ ପ୍ରକୃତି ଦେଖାଇଲା କରାଳ ରୂପ । ସୁପର ଟାଇଫୁନ ରାଗାସାର ତାଣ୍ଡବ ପରେ ଏବେ ଭୟଙ୍କର ଭୂକମ୍ପରେ ଥରିଛି ଫିଲିଫାଇନ୍ସ । ଭୂକମ୍ପରେ ୬୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ, ଶତାଧିକ ଆହତ ହୋଇଛନ୍ତି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୬.୯ । ରାତ୍ରି ୯ଟା ୫୯ ସମୟରେ ହୋଇଥିଲା ଭୂକମ୍ପ ଝଟକା । ଭୂକମ୍ପର କେନ୍ଦ୍ରସ୍ଥଳ ସେବୁ ଅଞ୍ଚଳରେ ହୋଇଥିବା ବେଳେ, ପୁରା ଅଞ୍ଚଳର ଛିନଛତ୍ର ହୋଇପଡିଛି । ବୋଗୋ ଅଞ୍ଚଳରେ ବହୁ ବଡ ବଡ କୋଠା ଓ ରାସ୍ତାଘାଟ ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଛି । କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଯାଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି ଉଦ୍ଧାରକାରୀ ଦଳ । ଭଙ୍ଗା ଘରଦ୍ବାର ତଳେ ଫସିଥିବା ଲୋକଙ୍କୁ ଖୋଜାଖୋଜି କରି ଉଦ୍ଧାର କରୁଛି ଉଦ୍ଧାରକାରୀ ଦଳ । ୨୦୨୩ରେ ମିଜିଓ ସହରର ଏକ ବାସ୍କେଟବଲ କଂପ୍ଲେସ ଭୁଷୁଡି ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଫିଲିଫାଇନ୍ସ ପାସିଫିକ ବେସିନରେ ଆସୁଥିବା ବେଳେ ଅଧିକାଂଶ ସମୟରେ ଭୂକମ୍ପ ହୋଇଥାଏ । ତେବେ ଏଥର ଭୂକମ୍ପର ତୀବ୍ରତା ଅଧିକ ଥିବାରୁ କ୍ଷୟକ୍ଷତି ଓ ଧନଜୀବନ ହାନୀ ସଂଖ୍ୟା ବଢିବାର ଆଶଙ୍କା ରହିଛି ।
ଫିଲିପାଇନ୍ସ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଦେଶ ମଧ୍ୟରୁ ଗୋଟିଏ । ଏହା ପ୍ରଶାନ୍ତ ମହାସାଗରର “ରିଙ୍ଗ୍ ଅଫ୍ ଫାୟାର” କୂଳରେ ଅବସ୍ଥିତ, ଯାହା ଏକ ଭୂକମ୍ପୀୟ ଫଲ୍ଟ ରେଖା, ଏବଂ ପ୍ରତିବର୍ଷ ଏଠାରେ ଝଡ଼ ଏବଂ ଘୂର୍ଣ୍ଣିବାତ୍ୟା ଘଟେ । ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଭୟଭୀତ ବାସିନ୍ଦାମାନେ ଘରୁ ବାହାରକୁ ରାସ୍ତାକୁ ଧାଇଁ ଆସିଥିଲେ ।