Thursday, June 11, 2026
41.4 C
Odisha

    ଫୁଟବଲର ମହାକୁମ୍ଭ ଫିଫା ବିଶ୍ୱକପ୍-୨୦୨୬ ଆଜିଠୁ ଆରମ୍ଭ, ଭାଗ ନେଉଛନ୍ତି ୪୮ଟି ଦେଶ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଆଜିଠୁ ଫୁଟବଲର ସବୁଠୁ ବଡ଼ ମହାକୁମ୍ଭ ଫିଫା ବିଶ୍ୱକପ୍-୨୦୨୬ । ବିଶ୍ୱ କ୍ରୀଡ଼ା ଜଗତର ସବୁଠାରୁ ବଡ଼ ଓ ରୋମାଞ୍ଚକର ମହାସମର ପାଇଁ କାଉଣ୍ଟଡାଉନ୍ ଶେଷ । ଆମେରିକା, ମେକ୍ସିକୋ ଓ କାନାଡାର ମିଳିତ ଆନୁକୂଲ୍ୟରେ ଫିଫା ବିଶ୍ୱକପର ମହାଶୁଭାରମ୍ଭ ହେବାକୁ ଯାଉଛି । ଫୁଟବଲ ଇତିହାସରେ ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟରେ ୩୨ ବଦଳରେ ୪୮ଟି ଦେଶ ଭାଗ ନେଉଛନ୍ତି । ଜୁଲାଇ ୧୯ ତାରିଖରେ ନ୍ୟୁୟର୍କର ପ୍ରସିଦ୍ଧ ମେଟ୍ ଲାଇଫ୍ ଷ୍ଟାଡିୟମରେ ମେଗା ଫାଇନାଲ୍ ଖେଳାଯିବ । ବିଶ୍ୱକପରେ ୧୬ଟି ସହରର ବିଶ୍ୱସ୍ତରୀୟ ଷ୍ଟାଡିୟମରେ ସମୁଦାୟ ୧୦୪ଟି ମ୍ୟାଚ୍ ଖେଳାଯିବ । ୪୮ଟି ଦେଶକୁ ୧୨ଟି ଗ୍ରୁପରେ ବିଭକ୍ତ କରାଯାଇଛି ।

    ଆଜି ମେକ୍ସିକୋ ସିଟିର ପ୍ରସିଦ୍ଧ ଏଷ୍ଟାଡିଓ ଆଜ୍ ଟେକା ଷ୍ଟାଡିୟମରେ ଆୟୋଜକ ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍ ସହ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହେବ । କାଲି କାନାଡା ନିଜ ମାଟିରେ ବୋସନିଆ-ହର୍ଜେଗୋଭିନା ବିରୋଧରେ ଓ ଆମେରିକା ଲସ୍ ଆଞ୍ଜେଲସର ସୋଫାଇ ଷ୍ଟାଡିୟମରେ ପାରାଗୁଏ ବିରୋଧରେ ନିଜର ପ୍ରଥମ ମ୍ୟାଚ୍ ଖେଳିବେ । ଗ୍ରୁପ୍ ‘ଏ’ରେ ମେକ୍ସିକୋ, ଗ୍ରୁପ୍ ‘ବି’ରେ କାନାଡା, ଗ୍ରୁପ୍ ‘ସି’ରେ ବ୍ରାଜିଲ୍ ଓ ମରୋକ୍କୋ ଏବଂ ଗ୍ରୁପ୍ ‘ଡି’ରେ ଆମେରିକା ଓ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳ ରହିଛନ୍ତି । ଏହାଛଡ଼ା ଆର୍ଜେଣ୍ଟିନା, ଫ୍ରାନ୍ସ, ଇଂଲଣ୍ଡ, ଜର୍ମାନୀ ଏବଂ ପର୍ତ୍ତୁଗାଲ ଭଳି ହେଭିୱେଟ୍ ଟିମ୍ ପରବର୍ତ୍ତୀ ଗ୍ରୁପ୍ ଗୁଡ଼ିକରେ ରହିଛନ୍ତି । ବିଶ୍ୱର ସମସ୍ତ ୬ଟି ଯାକ କନଫେଡେରେସନରୁ ଦଳଗୁଡ଼ିକ ଏଥିରେ ସାମିଲ ହୋଇଛନ୍ତି । କ୍ୟୁରାସାଓ ଓ ହାଇତି ଭଳି କେତେକ ନୂଆ ଟିମ୍ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି ।

    ଆମେରିକାରେ ସବୁଠାରୁ ଅଧିକ ଏବଂ ଗୁରୁତ୍ୱପୂର୍ଣ୍ଣ ନକଆଉଟ୍ ମ୍ୟାଚ୍ ଗୁଡ଼ିକ ଖେଳାଯିବ। ଲିଓନେଲ୍ ମେସିଙ୍କ ନେତୃତ୍ୱରେ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ସହ ବ୍ରାଜିଲ, ଫ୍ରାନ୍ସ, ଇଂଲଣ୍ଡ ଓ ସ୍ପେନକୁ ଏଥର ଟ୍ରଫିର ପ୍ରମୁଖ ଦାବିଦାର କୁହାଯାଉଛି । ଖେଳ ପ୍ରେମୀଙ୍କ ପାଇଁ ବିଭିନ୍ନ ସହରରେ ‘ଫିଫା ଫ୍ୟାନ୍ ଫେଷ୍ଟିଭାଲ୍’ର ଆୟୋଜନ କରାଯାଇଛି । ଆଜିଠୁ ୨୭ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ ଖେଳାଯିବା ପରେ କ୍ୱାର୍ଟର, ସେମିଫାଇନାଲ୍ ଦେଇ ଜୁଲାଇ ୧୯ରେ ଫାଇନାଲ ଖେଳାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.4 ° C
    41.4 °
    41.4 °
    19 %
    5.1kmh
    29 %
    Thu
    41 °
    Fri
    41 °
    Sat
    40 °
    Sun
    41 °
    Mon
    43 °

    ସମ୍ବନ୍ଧିତ