Wednesday, July 1, 2026
29.3 C
Odisha

    ଜୟପୁର ବାଣ କାରଖାନା ଅଗ୍ନିକାଣ୍ଡ ମାମଲାରେ ବଡ଼ ଆକ୍ସନ, ୮ ପୋଲିସ କର୍ମୀ ନିଲମ୍ବିତ

    ଆଗକୁ ପଢନ୍ତୁ

    ଜୟପୁର : ଜୟପୁର ଖୋ ନାଗୋରିୟାନ ଅଞ୍ଚଳରେ ବେଆଇନ ବାଣ କାରଖାନରେ ଭୟଙ୍କର ଅଗ୍ନିକାଣ୍ଡ ପରେ ପୋଲିସ କମିଶନରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ପ୍ରାରମ୍ଭିକ ଯାଞ୍ଚରୁ ଦାୟିତ୍ବହୀନତା ଜଣାପଡିବା ପରେ ଥାନା ଅଧିକାରୀ ସମେତ ୮ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି ।

    ପୋଲିସ କମିଶନର ସଚିତ ମିତ୍ତଲଙ୍କ ଯାଞ୍ଚ ରିପୋର୍ଟ ଆଧାରରେ ଖୋ ନାଗୋରିଆନ ଥାନା ଅଧିକାରୀ ଓମପ୍ରକାଶ ମାତବା, ହେଡ କନଷ୍ଟେବଳ ଅଶୋକ ତଥା ଅନେକ କନଷ୍ଟେବଳକୁ ସସପେଣ୍ଡ କରାଯାଇଛି । ଘଟଣା ପରେ ପୂର୍ବ ଜିଲ୍ଲାର ଡିସିପି ରଂଜିତା ଶର୍ମା ଜଣେ ଏଏସଆଇ ଏବଂ ଜଣେ ହେଡ କନଷ୍ଟେବଳକୁ ନିଲମ୍ବିତ କରିଥିଲେ । ଏହିପରି ଭାବେ ୮ ଜଣ ପୋଲିସ କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

    ଘଟଣା ପରେ ମାମଲାକୁ ନେଇ ଗମ୍ଭୀର ଏବଂ ନିରପେକ୍ଷ ଯାଞ୍ଚ ପାଇଁ ଅତିରିକ୍ତ ପୋଲିସ ଆୟୁକ୍ତ ଅଜୟସିଂଙ୍କୁ ଦାୟିତ୍ବ ଦିଆଯାଇଛି । ତାଙ୍କ ନେତ୍ତ୍ବରେ ଗଠିତ ଯାଞ୍ଚ କମିଟି ବିସ୍ଫୋରକ ସାମଗ୍ରୀ ଏବଂ ବାଣ ବେଆଇନ କାରଖାନା ଉପରେ ଚଢାଉ କରିଛି । ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

    ଜୟପୁରର ଖୋ-ନାଗୋରିଆନ୍ ଅଞ୍ଚଳରେ ଏକ ଘରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଅନେକ ଆହତ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.3 ° C
    29.3 °
    29.3 °
    70 %
    2.3kmh
    97 %
    Wed
    28 °
    Thu
    32 °
    Fri
    31 °
    Sat
    32 °
    Sun
    31 °

    ସମ୍ବନ୍ଧିତ