Thursday, September 19, 2024
25.2 C
Odisha

    ଫୁଟ୍‌ବଲ୍‌ ଖେଳି ଘରକୁ ଫେରୁଥିଲେ ୩ ଯୁବକ, ହାଇୱା ଧକ୍କାରେ ଚାଲିଗଲା ଜୀବନ

    ଆଗକୁ ପଢନ୍ତୁ

    ରାଉରକେଲା: ଆଉ ମାତ୍ର ୫୦୦ ମିଟର ଚାଲି ଯାଇଥିଲେ ସେମାନେ ପହଞ୍ଚି ଯାଇନଥାନ୍ତେ ନିଜ ଘରେ । ହେଲେ ବିଧିର ବିଧାନ ଥିଲା ଭିନ୍ନ । କାଳ ଜଗି ବସିଥିଲା ରାସ୍ତାରେ । ଘରେ ପହଞ୍ଚିବା ପୂର୍ବରୁ ୫୨୦ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଦୁଃଖଦ ଖବର ଆଜି ସମଗ୍ର କୋଇଡା ତୋଡା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଫୁଟବଲ ଖେଳ ସାରି ନିଜ ଘରକୁ ଗୋଟିଏ ବାଇକରେ ଘରକୁ ଫେରୁଥିବା ବେଳେ କୌଣସି ଏକ ହାଇଓ୍ବା ସେମାନଙ୍କ ଉପରେ ମାଡିଯିବାରୁ ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ।
    କୋଇଡା ଥାନା ଅନ୍ତର୍ଗତ କାଲଟା ଫାଣ୍ଡି ଅଧିନସ୍ଥ ତୋଡ଼ା ବସ୍ତି ପାଖ ବିଞ୍ଜାଡି ପୋଲ ପାଖରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତୋଡ଼ା ନିକଟସ୍ଥ ଝିରପାଣି ପଡିଆରେ ଫୁଟବଲ ମ୍ୟାଚ ଖେଳି ସାରି ଏହି ୩ ଜଣ ଯୁବକ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ରାଜାମୁଣ୍ତା ଆଡୁ ଆସୁଥିବା ଏକ ହାଇଓ୍ବା ସେମାନଙ୍କୁ ଧକ୍କା ଦେଇଥିଲା । ଧକ୍କାଟି ଏତେ ଜୋର ଥିଲାଯେ ବାଇକରେ ଥିବା ତିନିଜନ ଏଣେ ତେଣେ ଝିଟିକି ପଡ଼ିଥିଲେ । ଏହି ଦୁର୍ଘଟଣାରେ ତୋଡ଼ା ବସ୍ତିର ଦେବେନ୍ଦ୍ର ଦେହୁରୀ (୩୦) ଓ ତାଙ୍କ ଦୁଇ ବନ୍ଧୁ ଘଟଣାସ୍ଥଳରେ ପ୍ରାଣ ହରାଇ ଥିଲେ । ଖବର ପାଇ କାଲଟା ଫାଣ୍ଡି ଅଧିକାରୀ ନିଜ ପୁଲିସ ବାହିନୀ ସହ ଘଟଣାସ୍ଥଳରେ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ କୋଇଡା ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ସେପଟେ ହାଇୱା ଡ୍ରାଇଭର କିଛି ଦୂରରେ ଗାଡ଼ି ଛାଡ଼ି ପଳାଇ ଯାଇଛି। ପୁଲିସ୍‌ ଗାଡ଼ିଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ