Monday, March 23, 2026
29.4 C
Odisha

    ଫେବୃଆରୀ ୨୧ରୁୁ ମାଟ୍ରିକ୍‌ ପରୀକ୍ଷା : ନମୁନା ପ୍ରଶ୍ନପତ୍ର ‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ

    ଆଗକୁ ପଢନ୍ତୁ

    କଟକ : ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଏବଂ ମୁକ୍ତବିଦ୍ୟାଳୟ ପରୀକ୍ଷା ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମାଟ୍ରିକ ପରୀକ୍ଷାର ସମସ୍ତ ବିଷୟର ପାଠ୍ୟକ୍ରମ ବିଦ୍ୟାଳୟସ୍ତରରେ ଚଳିତମାସ ଦ୍ବିତୀୟ ସୁଦ୍ଧା ଶେଷ ହୋଇଛି। ବିଦ୍ୟାର୍ଥୀଙ୍କ ସହାୟତା ନିମନ୍ତେ ନମୁନା ପ୍ରଶ୍ନପତ୍ର ‘ପରୀକ୍ଷା ଦର୍ପଣ’ ପୁସ୍ତିକାକୁ ମଙ୍ଗଳବାର ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉନ୍ମୋଚନ କରିଛନ୍ତି। ଉକ୍ତ ପୁସ୍ତିକାକୁ ଜିଲା ଶିକ୍ଷାଧିକାରୀଙ୍କ ଦ୍ବାରା ରାଜ୍ୟର ସମସ୍ତ ବିଦ୍ୟାଳୟକୁ ପଠାଯାଇଛି। ‘ପରୀକ୍ଷା ଦର୍ପଣ’କୁ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହାୟତାରେ ପୂର୍ଣ୍ଣ ଉପଯୋଗ କରିପାରିବେ। ଏହା ବିଦ୍ୟାର୍ଥୀଙ୍କ ପରୀକ୍ଷା ନିମନ୍ତେ ବିଶେଷ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ପ୍ରତି ଭୟରୁ ନିବୃତ୍ତ ରହିବା ପାଇଁ ସରକାରଙ୍କ ନିର୍ଦେଶରେ ମାଧ୍ୟମିକ ଶିକ୍ଷା ପରିଷଦ ଓ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ସହଭାଗିତାରେ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ବୋର୍ଡ ପକ୍ଷରୁ ସମସ୍ତ ବିଷୟରେ ୫ଟି ଲେଖାଏଁ ନମୁନା ପ୍ରଶ୍ନପତ୍ର ସଂଲଗ୍ନ ପୁସ୍ତିକା ପ୍ରସ୍ତୁତ କରାଯାଇଛି। ଏହି ଉନ୍ମୋଚନ ଉତ୍ସବରେ ଓସେପା ନିର୍ଦେଶକ ଅନନ୍ୟା ଦାଶ, ଅତିରିକ୍ତ ନିର୍ଦେଶକ ନିରୂପା ବେହେରା, ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ, ଉପସଭାପତି ନୀହାର ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    24 %
    1.1kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ